Latest Odisha News

ପ୍ରଣବ ମୁର୍ଖାଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର

ନୂଆଦିଲ୍ଳୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଏବେବି କୋମାରେ ଅଛନ୍ତି । ନୂଆଦିଲ୍ଳୀ ସ୍ଥିିତ ଆର୍ମି ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି । ବ୍ରେନ୍ ସର୍ଜରୀ ପରେ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ତେବେ ଶନିବାର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଛି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ତାଙ୍କର ରେନାଲ ପାରାମିଟରରେ ସାମାନ୍ୟ ଉନ୍ନତି ହୋଇଛି । ହେଲେ ଏବେବି ସେ କୋମାରେ ଅଛନ୍ତି । ତେଣୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ମାସ ପ୍ରଥମ ସପ୍ତାହରେ ପ୍ରବଣ ମୁଖାର୍ଜୀ ବ୍ରେନ୍ ସର୍ଜରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ କରୋନା ପଜିଟିଭ ଥିବା ଜଣାପଡିଥିଲା । ସେବେଠାରୁ ହିଁ ସେ ଦିଲ୍ଳୀ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.