Latest Odisha News

BREAKING NEWS

ହ୍ୱାଟ୍ସଆପ୍‌କୁ ହ୍ୟାଣ୍ଡେଲ କରୁଛି ବିଜେପି: ରାହୁଲ

ନୂଆଦିଲ୍ଲୀ: ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ନିୟଣନ୍ତ୍ରଣ ନେଇ ରାହୁଲ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ହ୍ୱାଟ୍ସଆପ୍‌କୁ ବିଜେପି ହ୍ୟାଣ୍ଡେଲ କରୁଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ରାହୁଲ ଟାଇମ୍ ମ୍ୟାଗଜିନ୍‌ର ଏକ ରିପୋର୍ଟକୁ ସେୟାର କରି କହିଛନ୍ତି ହ୍ଵାଟ୍ସଆପ୍ ଉପରେ ବିଜେପିର ନିୟନ୍ତ୍ରଣ ରହିଛି।

ଟୁଇଟ୍ କରି ରାହୁଲ ଗାନ୍ଧୀ କହିଛନ୍ତି, ଆମେରିକାର ‘ଟାଇମ୍ ମାଗାଜିନ୍’ ‘ହ୍ବାଟ୍ସ୍ଆପ୍-ବିଜେପି’ ସମ୍ପର୍କକୁ ପଦାରେ ପକାଇଛି। ୪୦ କୋଟି ଭାରତୀୟଙ୍କ ଦ୍ବାରା ବ୍ୟବହୃତ ‘ହ୍ବାଟ୍ସ୍‌ଆପ୍’ ମଧ୍ୟ ଅର୍ଥ ପୈଠ କରିବାକୁ ଚାହିଁଲେ ମୋଦୀ ସରକାରଙ୍କ ଅନୁମୋଦନ ଆବଶ୍ୟକ କରେ। ତେଣୁ, ‘ହ୍ବାଟ୍ସ୍‌ଆପ୍‌’ରେ ବି ବିଜେପିର ହାତ ରହିଛି।

ରାହୁଲ ଗାନ୍ଧୀ ଏହି ପ୍ରତିକ୍ରିୟା ଟାଇମ୍ ପତ୍ରିକାର ଏକ ରିପୋର୍ଟକୁ ନେଇ ଦେଇଛନ୍ତି। ଏହି ରିପୋର୍ଟ ଭାରତରେ ଫେସବୁକ, ହ୍ଵାଟ୍ସଆପ୍‌ର ବ୍ୟବସାୟ ଓ ହେଟ୍ ସ୍ପିଚ୍ ସଂପର୍କିତ ତଥ୍ୟ ଉପରେ ଆଧାରିତ। ଟାଇମ୍ ପତ୍ରିକାର ଶୀର୍ଷକ ରହିଛି, ‘ଭାରତର କ୍ଷମତାଧାରୀ ପାର୍ଟି ସହ ଫେସବୁକର ସମ୍ଵନ୍ଧ ହେଟ୍ ସ୍ପିଚ୍ ଲଢେଇରେ ବାଧା ଉତ୍ପନ କରୁଛି’।

ଟାଇମ୍ ପତ୍ରିକାର ରିପୋର୍ଟ ଅନୁଯାୟୀ ଭାରତ ଫେସବୁକ୍‌ର ସବୁଠୁ ବଡ ବଜାର। ଦେଶରେ ପ୍ରାୟ ୩୨.୮ କୋଟି ଲୋକ ଫେସବୁକ୍ ବ୍ୟବହାର କରୁଥିବା ବେଳେ ହ୍ଵାଟ୍ସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୦ କୋଟି ରହିଛି। ରିପୋର୍ଟ ଅନୁଯାୟୀ ଏହି ଦୁଇ ମଞ୍ଚର ବ୍ୟବହାର ଅନେକ ଥର ଘୃଣିତ ବୟାନକୁ ପ୍ରଚାର ପ୍ରସାର କରିବା ପାଇଁ ବ୍ୟବହାର କରାଯାଇଛି।

Leave A Reply

Your email address will not be published.