Latest Odisha News

BREAKING NEWS

ରଘୁଙ୍କୁ ଚିଲିକା ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରୁ ଟିକେଟ୍ ନପାଇବା ପରେ ଅସନ୍ତୋଷ ଝାଡିଛନ୍ତି। ରଘୁ ସାହୁ ଦଳୀୟ ପ୍ରାର୍ଥୀ ହେବା ପରେ ଏକ ଅଡିଓ ଜାରି କରି ଅସନ୍ତୋଷ ଜାହିର କରିଛନ୍ତି ପାଟ୍ଟଶାଣୀ । ସେ କହିଛନ୍ତି, ତାଙ୍କୁ ଟିକେଟ୍ ନମିଳିବା ଦ୍ବାରା ବାଧିଛି। ବିଜୁ ଲିଗାସି ଆଉ ନାହିଁ। ଦଳ ତାଙ୍କୁ ଗୁରୁତ୍ୱ ଦେଉନି ବୋଲି ପ୍ରମାଣ ପାଇଲି। ରାଜନୀତିର ଅନ୍ୟ ନା ଷଡ଼ଯନ୍ତ୍ର। ଷଡ଼ଯନ୍ତ୍ରକାରୀ ୟୁଜ୍‌ କରି ଫିଙ୍ଗିଦେବେ।

ଏଥିସହ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରନ୍ତି। ହେଲେ ରାଜ୍ୟସଭା ପ୍ରତିଶ୍ରୁତି ରଖିଲେନି। ଦଳକୁ ପରିଚାଳନା କରୁଥିବା ବ୍ୟକ୍ତି ନିମ୍ନମୁଖୀ ହେଲେ ଧୋକା ଦିଅନ୍ତି। ଯଦି ଦଳରେ ରହିବି, ଦଳକୁ ସମୃଦ୍ଧ କରିବି; କିଏ ଜାଣେ କାଲି କଣ ହେବ।

ପାଟ୍ଟଶାଣୀ ବିଜେପିରେ ଯୋଗ ଦେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହାପରେ ଅନେକ ସମୀକ୍ଷକ କହିଛନ୍ତି ଯେ, ତାଙ୍କର ପୂର୍ବଭଳି ସଂଗଠନ ନାହିଁ। ତେଣୁ ଦଳ ଡେଇଁଲେ ପଡିବନି ଫରକ। ଏହାକୁ ନେଇ ଆଜି ସକାଳେ ଏକ ପ୍ରେସ୍ ବିବୃତିରେ ନିଜର ସଫେଇ ରଖିଥିଲେ ପାଟ୍ଟଶାଣୀ।

ସେ କହିଥିଲେ, ୫ ଥର ସାଂସଦ ଭାବେ କାର୍ଯ୍ୟ କରିଥିବା ଏବଂ ୪ ଥର ଓଡ଼ିଶା ବିଧାନସଭାକୁ ଜଣେ ଖାଲିଟାରେ ନିର୍ବାଚିତ ହୋଇପାରେନି। ବିଜେଡିର ମଧ୍ୟ ଗୋଟିଏ ବଡ ଭୂମିକା ରହିଛି। ଏହି ଦଳରୁ ଟିକେଟ୍ ପାଇଲେ ଜିତିବା ସମ୍ଭାବନା ଅଧିକ। କିନ୍ତୁ ଅନେକ ଏହି ଦଳରୁ ଟିକେଟ୍ ପାଇ ହାରିଥିବା କଥା ମଧ୍ୟ ଉଲ୍ଲେଖ କରି ନେତାଙ୍କର କୌଣସି ଭୂମିକା ନାହିଁ କେବଳ ଦଳର ଭୂମିକା ରହିଛି ଯୁକ୍ତିକୁ ଅବାନ୍ତର ବୋଲି କହିଛନ୍ତି ପାଟ୍ଟଶାଣୀ।

ଏବେ ସେ ଦଳରେ ଏକପ୍ରକାର କୋଣଠେସା ବୋଲି ଜଣାପଡ଼ିବା ପରେ ଆଗାମୀ ଦିନରେ ତାଙ୍କର ରାଜନୈତିକ ଭବିଷ୍ଯତ କଣ ହେବ ତାକୁ ନେଇ ଚର୍ଚ୍ଚା ବଢିଛି। କାରଣ ଚଳିତଥର ତାଙ୍କର ଶେଷ ନିର୍ବାଚନ ବୋଲି କହିସାରିଛନ୍ତି।

Leave A Reply

Your email address will not be published.