ପୁରୀ: ଶ୍ରୀମନ୍ଦିର ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି ବେଳେ ୩୫ ମିନିଟ୍ ବିଳମ୍ବରେ ପ୍ରତିହାରୀ ସେବକ ପହଞ୍ଚିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ତେବେ ଦ୍ବାରଫିଟା ନୀତି ବିଳମ୍ବରେ ହେଲେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ବିଳମ୍ବ ହୋଇଥାଏ । ତେଣୁ ସେବାୟତ ବିଳମ୍ବରେ ଆସିବାରୁ ନୀତିରେ ବିଶୃଙ୍ଖଳା ଅଭିଯୋଗରେ ସିଂହଦ୍ବାର ପ୍ରତିହାରୀ ସେବାୟତ ଶିବଶଙ୍କର ମହାପାତ୍ରଙ୍କୁ ଏହି ନୋଟିସ୍ ଦେଇଛି ମନ୍ଦିର ପ୍ରଶାସନ ।
ସେପଟେ ପ୍ରଶାସନଙ୍କ ଏଭଳି ପଦକ୍ଷେପକୁ ପ୍ରତିହାରୀ ନିଯୋଗ ସ୍ବାଗତ କରିବା ସହିତ ନୀତି ବିଳମ୍ବ ହେଲେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି ରଖିଛନ୍ତି ।
Comments are closed.