Latest Odisha News

BREAKING NEWS

ଅବସର ନେଲେ ଓଡିଶା ପେସର ପ୍ରୀତମଜିତ

ଭୁବନେଶ୍ୱର: ଓଡିଶାର ବାମହାତୀ ପେସ ବୋଲର ପ୍ରୀତମଜିତ ଦାସ ରବିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୧ ପ୍ରଥମଶ୍ରେଣୀ ମ୍ୟାଚ(୨୫ ଉଇକେଟ), ୧୪ଲିଷ୍ଟ ଏ ମ୍ୟାଚ (୨୦ ଉଇକେଟ) ଓ ୧୫ ଟି୨୦ ମ୍ୟାଚ(୧୬ ଉଇକେଟ) ଖେଳିଛନ୍ତି । ୨୦୦୬ରେ ହିମାଚଳପ୍ରଦେଶ ବିପକ୍ଷରେ ସେ ତାଙ୍କ ପ୍ରଥମଶ୍ରେଣୀ କ୍ୟାରିୟର ଆରମ୍ଭ କରିଥିଲେ ।

ସେ ପ୍ରଥମଶ୍ରେଣୀ କ୍ୟାରିୟରରେ ଗୋଟିଏ ଥର ୫ ଉଇକେଟ ସଫଳତା ହାସଲ କରିଥିଲେ । ପଙ୍କଜ ଲୋଚନ ମହାନ୍ତି, ଓସିଏ ସଭାପତି ସଞ୍ଜୟ ବେହେରା ଏବଂ ଅନ୍ୟମାନେ ପ୍ରୀତମଜିତଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.