Latest Odisha News

BREAKING NEWS

ଜେଲରେ ମହିଳା କଏଦୀ ଗର୍ଭବତୀ ହେବା ଘଟଣାରେ ହାଇକୋର୍ଟଙ୍କ କଡା ପଦକ୍ଷେପ

କୋଲକାତା: ପଶ୍ଚିମବଙ୍ଗ ଜେଲରେ ମହିଳା କୈଦୀଙ୍କ ଉପରେ ହେଉଥିବା ଅତ୍ୟାଚାରର ନଗ୍ନ ନମୂନା ଦେଖିବାକୁ ମିଳୁଛି । ଏଠାରେ ମହିଳା କୈଦୀଙ୍କ ପ୍ରେଗନେଂଟ ହେବା ଚିନ୍ତାର କାରଣ ସାଜିଛି । ପୂର୍ବରୁ ଅଭିଯୋଗ ଆସିବା ପରେ ୨୦୧୮ରେ ହାଇକୋର୍ଟ ନ୍ୟାୟମିତ୍ର ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏବେ ଏହି କମିଟି ସେମାନଙ୍କ ରିପୋର୍ଟ ପ୍ରଦାନ କରିଛି । ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଜେଲରେ ମହିଳା କଏଦୀ ପ୍ରେଗନେଂଟ ହେବା ସଂଖ୍ୟା ବୃଦ୍ଧି ପାଉଛି ।

ବିଭିନ୍ନ ଜେଲରେ ୧୯୬ ପିଲାଙ୍କୁ ରଖାଯାଇଛି । ହାଇକୋର୍ଟ ଏଥିନେଇ ଚିନ୍ତା ବ୍ୟକ୍ତ କରିବା ସହ ମହିଳା ବ୍ୟାରେକରେ ପୁରୁଷଙ୍କ ଯିବା ଉପରେ ସମସ୍ତ ପ୍ରକାର କଟକଣା ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଗମ୍ଭୀରତାକୁ ଅନୁଧ୍ୟାନ କରି ମୂଖ୍ୟ ବିଚାରପତି ଟିଏସ ଶିବଗଣନମ ଅଧ୍ୟକ୍ଷତାରେ ଗଠିତ ବେଂଚ କେସକୁ କ୍ରିମିନାଲ ଡିଭିଜନକୁ ଟ୍ରାନ୍ସଫର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜିଲା ଜଜ ନିଜ ଅଂଚଳରେ ଥିବା ସୁଧାର ଗୃହକୁ ଯାଇ ଏହାର ଅନୁଧ୍ୟାନ କରି କେତେ ଜଣ ମହିଳା ଗର୍ଭବତୀ ହୋଇଛନ୍ତି ତାର ତଥ୍ୟ ଦେବାକୁ ମଧ୍ୟ କୁହାଯାଇଛି ।

ଯୌନ ଶୋଷଣ ରୋକିବା ପାଇଁ ସୁଧାର ଗୃହକୁ ପଠାଇବା ପୂର୍ବରୁ ସେମାନଙ୍କ ଗର୍ଭାବସ୍ଥା ପରୀକ୍ଷଣ କରିବା ପାଇଁ ମଧ୍ୟ କୁହାଯାଇଛି । ଏନସିଆରବି ୨୦୨୩ ରିପୋର୍ଟ ଅନୁସାରେ ଜେଲରେ କ୍ଷମତାଠାରୁ ୧.୩ ଗୁଣ ଅଧିକ କଏଦୀ ରହୁଛନ୍ତି । ଏବେ ୧୯ ହଜାର ୫୫୬ ପୁରୁଷ ଓ ୯୨୦ ମହିଳା କଏଦୀ ରହିଛନ୍ତି ।

Leave A Reply

Your email address will not be published.