ଭବାନୀପାଟଣା: ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । ଘଟଣା ଘଟିଛି କଳାହାଣ୍ଡି ଥୁଆମୂଳ ରାମପୁର ପଡାପଦର ପଞ୍ଚାୟତ ଭିତରଡୁଙ୍ଗାରେ । ପାହାଡ ଜଙ୍ଗଲ ଅଞ୍ଚଳ ହୋଇଥିବା ବେଳେ ବେଳେ ଗମନା ଗମନର କୌଣସି ସବୁିଧା ନାହିଁ । ଏମିତି ଅଣ ଓସାରିଆ ଖାଲଢିପ ଦେଇ ଲୋକମାନେ ଯିବାଆସିବା କରୁଛନ୍ତି । ଗାଡିଟିଏ ଯିବାର ବି ସୁବିଧା ନାହିଁ । ଏନେଇ ଗର୍ଭବତୀ ଜଣଙ୍କୁ ଖଟିଆରେ ବୁହା ହୋଇନିଆଯାଇଥିଲା । ପ୍ରାୟ ଦେଢ କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବୁହାଯିବା ପରେ ବୋଟ ଆମ୍ବୁଲାନ୍ସ ଯୋଗେ ମହିଳା ଜଣଙ୍କୁ ପୋଡାଗଡ ଘାଟକୁ ଅଣାଯାଇଥିଲା । ସେଠାରୁ ତାଙ୍କୁ ଅଣାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚାଯାଇଥିଲା ।
ଏହା ପୂର୍ବରୁ ମଧ୍ୟ ବହୁବାର ଏହିଭଳି ଘଟଣା ଘଟି ଚାଲିଛି । ହେଲେ ନା ରାସ୍ତା ପ୍ରତି ନା ମମତା ଯୋଜନା ପ୍ରତି କାହାର ନିଘା ନାହିଁ । ବିଭିନ୍ନ ସମସ୍ୟା ଭିତରେ ଜୀବନ ଜୀଉଁଛନ୍ତି ଗରିବ ଆଦିବାସୀ ।
ଗାଁ ଗୁଡିକରେ ବିଭିନ୍ନ ମୌଳିକ ସମସ୍ୟା ଦୂର କରିବାକୁ ବହୁ ଯୋଜନା କରାଯାଉଛି । ତା ସହିତ ମହିଳା ଓ ଶିଶୁ ମାନଙ୍କ ପାଇଁ ମଧ୍ୟ ଯୋଜନା ପରେ ଯୋଜନା କରାଯାଉଛି । ହେଲେ ଏହି ଯୋଜନା ସବୁ ସଠିକ୍ ସ୍ଥାନରେ ଲାଗି ପାରୁନି । ଏବେ ବି ଅବହେଳିତ ହୋଇପଡିଛି ଗାଁ ଆଉ ଅବହେଳତି ମହିଳା ଓ ଶିଶୁ । ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ଏଯାଏଁ ଅଧିକାରୀଙ୍କ ପାଦ ପଡିନି କି କୌଣସି ସମସ୍ୟାର ସମାଧାନ ହୋଇପାରିନି ।
BREAKING NEWS
- ପ୍ରମୋସନ୍ ପାଇଁ ଧରାଧରି ଚଳିବ ନାହିଁ: ଅଫିସର୍ଙ୍କୁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍
- ଆତଙ୍କିତ ପାକିସ୍ତାନ, ଆମେରିକା ପରେ ବାଜିଲା ଚୀନ ଛାଟ….
- ବେଟିଂ ଆପ ମାମଲାରେ ଗୁଗଲ ଓ ମେଟାକୁ ନୋଟିସ
- ଚିନ୍ତାରେ ଗ୍ରାହକ; ଲକ୍ଷେ ଟପିଲା ସୁନା ଦର
- ଗୁଗୁଲ ସର୍ଚ୍ଚ କରିବା ପୂର୍ବରୁ ୧୦୦ ଥରେ ଭାବନ୍ତୁ, ଏହି ଦୁଇ ଶବ୍ଦ ସର୍ଚ୍ଚ କଲେ ଫାଇନ୍
- ବର୍ତ୍ତମାନ ଭାରତରେ କେତେ ରହିଛନ୍ତି ଡାକ୍ତର ? ତାଜବୁ ହେଲା WHO
- ଏଫଏମ ଛାତ୍ରୀ ମୃତ୍ୟୁ ମାମଲା: ତରବରିଆ ଭାବେ ପ୍ରସ୍ତୁତ ହୋଇଥିଲା ଆଇସିସି ରିପୋର୍ଟ
- ନାବାଳିକାକୁ ନିଆଁ ଲଗାଇଦେବା ଘଟଣା, ଦୋଷୀଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ
- ଫେରୁଛି ଓଡିଆ ସିନେମାର ଗୌରବ: ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
- ବେହାଲ କରିଛି ବ୍ରାହ୍ମଣୀ: ଘରେ ପଶିଛି ବନ୍ୟାପାଣି, ନିଦ ହଜେଇଛନ୍ତି କୁମ୍ଭୀର ପଲ…
Comments are closed.