ଭୁବନେଶ୍ୱର: ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା । ଆସନ୍ତା ୨୧ ତାରିଖରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ଦିଆଯିବ ଟିକା । ସପ୍ତାହରେ ଦୁଇ ଦିନ ସେମାନଙ୍କୁ ଟିକାକରଣ କରାଯିବ । ବୁଧବାର ଓ ଶନିବାର ଦୁଇ ଦିନ ସେମାନେ ଟିକା ନେଇପାରିବେ ।
ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସମେତ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଯେଉଁଠାରେ ଟିକାଦାନ କେନ୍ଦ୍ର କରାଯାଇଛି ସେଠାରୁ ଟିକା ନେଇପାରିବେ । ଏହି ଦୁଇ ଦିନ ସକାଳ ୧୧ଟାରୁ ଦିନ ଗୋଟାଏ ଯାଏ ଗର୍ଭବତୀଙ୍କୁ ଟିକାକରଣ କରାଯିବ ।
ସ୍ଲଟ୍ ବୁକିଂର ଆବଶ୍ୟକତା ନାହିଁ । ସିଧାସଳଖ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେବେ । ସାଙ୍ଗରେ ଆବଶ୍ୟକ ପରିଚୟପତ୍ର ନେଇ ଆସିବେ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୬ଲକ୍ଷ ୪ହଜାର ୮୪୫ ଜଣ ଟିକାର ଦୁଇଟି ଡୋଜ୍ ନେଇ ସାରିଛନ୍ତି ।
As per the Health Department guidelines, now #PregnantWomen can take COVID Vaccination. They can Walk-In to any Vaccination centre near them as per the time & date mentioned below to get their Vaccine Dose.#BMCCares #BhubaneswarVaccinationDrive pic.twitter.com/cmv9VvcBGJ
— BMC (@bmcbbsr) July 17, 2021
Comments are closed.