Latest Odisha News

BREAKING NEWS

ଚୁଲି ଜାଳି ରୋଷେଇ କଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ମୁମ୍ବାଇ: ବର୍ତ୍ତମାନ ଆଇପିଏଲ୍ ଚାଲିଥିବା ବେଳେ ବଲିଉଡ୍ ଅଭିନେତ୍ରୀ ତଥା ପଞ୍ଜାବ କିଙ୍ଗ୍‌ସ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ନିଜ ଦଳର ଖେଳାଳିଙ୍କ ମନୋବଳ ବଢ଼ାଇବା ଲାଗି ସେ ସବୁବେଳେ ଆଗରେ ଥାନ୍ତିି । ଏଥିଲାଗି ସେ ପଞ୍ଜାବର ପ୍ରତ୍ୟେକ ମ୍ୟାଚ୍‌ରେ ଷ୍ଟାଡିୟମରେ ଉପସ୍ଥିତ ରହିଥାନ୍ତି । ଏବେ ସେ ନିଜ କାମରୁ ବିରତି ନେଇ ଶିମ୍‌ଲା ବୁଲିବାକୁ ଯାଇଥିବା ଜଣାପଡ଼ିଛି । ସେଠାରେ ଚୁଲି ଜାଳି ରୋଷେଇ କରୁଥିବା ନଜର ଆସିଛନ୍ତି । ଏହାର ଏକ ଭିଡ଼ିଓ ଓ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପ୍ରୀତିଙ୍କ ନିଜ ସହର ହେଉଛି ଶିମ୍‌ଲା । ସେ ସ୍ୱାମୀ ଓ ୨ ପିଲାଙ୍କୁ ନେଇ ଶିମଲା ବୁଲିବାକୁ ଯାଇଛନ୍ତି । ସେ ତାଙ୍କ ଘରେ ପାରମ୍ପରିକ ପୋଷାକ ପିନ୍ଧି ଚୁଲି ଜାଳି ରୋଷେଇ କରୁଥିବା ନଜର ଆସିଛନ୍ତି । ଏହାର ଫଟୋ ଓ ଭିଡ଼ିଓ ନିଜେ ପ୍ରୀତି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ ସେଥିରେ ଲେଖିଛନ୍ତି- “ପୁରୁଣା ସ୍ମୃତି ଆଉ ଥରେ ତାଜା ହୋଇଛିି ଏବଂ ନୂତନ ସ୍ମୃତି ତିଆରି କରୁଛି । ଏଠାରେ ମୁଁ ଚୁଲିରେ ନଳ ଫୁଙ୍କି ନିଆଁ ଜଳାଇବାକୁ ଚେଷ୍ଟା କରୁଛି ଏବଂ ଲିଭିଯାଇଥିବା ଚୁଲିକୁ ପୁଣି ଥରେ ଜାଳିବାକୁ ଚେଷ୍ଟା କରୁଛି । ” ଏହି ଫଟୋକୁ ତାଙ୍କର ଅନେକ ପ୍ରଶଂସକ ଖୁବ୍ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.