Latest Odisha News

BREAKING NEWS

ଆସନ୍ତାକାଲି ଆଦିବାସୀ ସଂପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା, ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ

ବଲାଙ୍ଗୀର : ଆସନ୍ତାକାଲି ଆଦିବାସୀ ସଂପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା । କୋଭିଡ କଟକଣା ଭିତରେ ପାଳନ ପାଇଁ ଯାତ୍ରା ପୂଜା କମିଟି ତରଫରୁ ଶେଷ ହୋଇଛି ପ୍ରସ୍ତୁତି । ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି । ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ସମେତ ୧୦ ଜଣ ବରିଷ୍ଠ ପୋଲିସ ଅଧିକାରୀ, ୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବେ । ଯାତ୍ରା ସମୟରେ ଗହଳି ନିୟନ୍ତ୍ରଣ ସହ କୋଭିଡ ଗାଇଡଲାଇନ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି ।

ରକ୍ତରେ ଭିଜିବ ଶୁଲିଆ ପୀଠ । ବଡ଼ଖଳା ଓ ସାନଖଳାରେ ପଡିବ ଶହ ଶହ ପଶୁ ପକ୍ଷୀଙ୍କ ବଳି । ବଲାଙ୍ଗିର ଖଇରାଗୁଡାର ବଡ଼ଖଳା ଓ କୁମୁରିଆ ଗାଁର ସାନଖଳାରେ ସମସ୍ତ ପ୍ରସ୍ତୁତି ହୋଇଛି । କୋଭିଡ କଟକଣା ପାଇଁ ଚଳିତ ବର୍ଷ ଦୋକାନ ବଜାର ଓ ମହୋତ୍ସବକୁ ବାରଣ କରାଯାଇଥିଲେ ସୁଦ୍ଧା ମାନସିକଧାରୀଙ୍କ ବଳି ପଡିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ପ୍ରତିବର୍ଷ ଆଦିବାସୀ ମାନେ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଶୁଲିଆ ଯାତ୍ରା ପାଳନ କରିଥାନ୍ତି । ହେଲେ ଚଳିତ ବର୍ଷ ପ୍ରଥମ ମଙ୍ଗଳବାର ପ୍ରତିପଦା ଚନ୍ଦ୍ର ଦର୍ଶନ ଥିବାରୁ ଦ୍ବିତୀୟ ମଙ୍ଗଳବାର ଦିନ ପାଳନ ହେଉଛି ଉତ୍ସବ । ଦେହେରୀ, ପୂଜକ ତଥା ବଳି ଦେଉଥିବା ବ୍ୟକ୍ତିଙ୍କୁ ଛାଡି ସମସ୍ତେ ମାସ୍କ ପିନ୍ଧିବେ । ସୁରକ୍ଷା ଦୃଷ୍ଟିରୁ ଶୁଲିଆ ପୀଠ ବଡଖଳା ଓ ସାନଖଳାରେ ବ୍ୟାପକ ପୋଲିସ ମୁତୟନ କରାଯିବ ବୋଲି କହିଛନ୍ତି ବଲାଙ୍ଗୀର ଏସଡିପିଓ ।

Leave A Reply

Your email address will not be published.