Latest Odisha News

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର, ଆସନ୍ତାକାଲି ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର୍‌ । ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ସଂପର୍କିତ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏହାସହ ଆସନ୍ତାକାଲି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ।

ସେପଟେ ପଞ୍ଚାୟତ ନିର୍ବାଚନ ନେଇ ପୋଲିସ ଡିଜି, ଆଇଜି ଓ ଡିଆଇଜିଙ୍କ ସହ ନିର୍ବାଚନ କମିଶନର ସବିଶେଷ ଆଲୋଚନା କରିଛନ୍ତି । ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରିବା ସହ କୋଭିଡ ଗାଇଡ଼ଲାଇନ କଡ଼ାକଡ଼ିକୁ ଭାବେ ପାଳନ ଉପରେ ଜୋର ଦିଆଯାଇଛି । ଏହାପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଥିଲା । ସଠିକ୍ ସମୟରେ ନିର୍ବଚନ କରିବାକୁ ବିଜେଡି ପରାମର୍ଶ ଦେଇଛି । ହେଲେ କୋଭିଡ ମହାମାରୀ କାରଣରୁ ନିର୍ବାଚନକୁ ୩ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ରାଜ୍ୟ ମୁଖ୍ୟ ନିର୍ବଚନ କମିଶନରଙ୍କ ନିକଟରେ ଦାବି କରିଛି ବିଜେପି ଓ କଂଗ୍ରେସ ।

୫ ରାଜ୍ୟରେ କୋଭିଡ କଟକଣାରେ ନିର୍ବଚନ ସମ୍ପାଦନ ହେଉଥିବାରୁ ରାଜ୍ୟରେ ମଧ୍ୟ ସେହି ଗାଇଡଲାଇନ୍ ଅନୁସାରେ ନିର୍ବଚନ କରିବାକୁ କହିଛନ୍ତି ଆୟୋଗ । ଜାତୀୟ ନିର୍ବାଚନ କମିଶନରଙ୍କ ଗାଇଡଲାଇନ୍ ଅନୁସାରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇବ ମାର୍ଗଦର୍ଶିକା । ଆଜି ରାଜ୍ୟପାଳଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଭେଟିବା ପରେ ଆସନ୍ତାକାଲି ଘୋଷଣା ହୋଇପାରେ ତାରିଖ ।

 

Leave A Reply

Your email address will not be published.