Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ପ୍ରସଙ୍ଗ: ୭ ଦିନରେ ରିପୋର୍ଟ ମାଗିଲେ ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିରରେ ଲୁହା କଡେଇରେ ରୋଷେଇ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ତୁରନ୍ତ ଲୁହା କଡ଼େଇ ଜବତ କରିବା ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

ତେବେ କହିରଖୁଛୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ବହୁ ବର୍ଷର ପରମ୍ପରା ଭାଙ୍ଗି ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ ହେଇଥିବା ଘଟଣା ସାମ୍ନାକୁ ଆସିଥିଲା । କରୋନା ପରଠାରୁ ପ୍ରାୟ ୫ ବର୍ଷ ହେବ ଏହି ଅନିୟମିତତା ଶ୍ରୀମନ୍ଦିରରେ ଚାଲିଆସୁଛି । ଯାହାକୁ ନେଇ ନିଯୋଗର ଜଣେ କର୍ମକର୍ତ୍ତା ସୂଚନା ଦେବା ଏନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଗୁରୁବାର ସୁଆର ମହାସୁଆର ନିଯୋଗ ପକ୍ଷରୁ କିଛି ସୁଆର ସେବକଙ୍କୁ ନୋଟିସ୍ ଜାରି କରାଯାଇଛି ।

ସେପଟେ ମାଟି ହାଣ୍ଡି ନମିଳିବାରୁ କେତେକ ସୁଆର ସେବକ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ସଫେଇ ଦେଇଛନ୍ତି ସୁଆର ସେବକ ।

Comments are closed.