Latest Odisha News

BREAKING NEWS

ସୁଧୁରୁଛି ଜଗାର ସ୍ବାସ୍ଥ୍ୟାବସ୍ଥା, ସ୍କୁଲ ଯିବାନେଇ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ବର: କନ୍ଧମାଳର ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି । ଜଗା ଏବେ ୧୦ ବର୍ଷ ରେ ପାଦ ଦେଇଥିବାବେଳେ ତା’ର ପାଠପଢାକୁ ନେଇ ଜିଲ୍ଲାପାଳଙ୍କୁ ଭେଟି ଜଗାର ସ୍କୁଲ ଆରମ୍ଭ କରିବା ନେଇ ଆଲୋଚନା କରିଛନ୍ତି ପରିବାର ଲୋକେ । ଏନେଇ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଇଛି ।

ଏହି ଘଟଣାରେ କନ୍ଧମାଳ ସିଡିଏମଓ ମନୋଜ କୁମାର ଉପାଧ୍ୟାୟ କହିଛନ୍ତି ଯେ, ଜଗାର ସୁରକ୍ଷା ଓ ସୁସ୍ଥ ପରିବେଶ ବେଶ୍ ଗୁରୁତ୍ବବହନ କରୁଛି । ତେଣୁ ସେ କେଉଁ ସ୍କୁଲ କୁ ଗଲେ ତା ପାଇଁ ଭଲ ହେବ ସେନେଇ ଅନୁଧ୍ୟାନ ଚାଲିଛି । ଏହା ସହ ଜଗାର ଦ୍ବିତୀୟ ଅପରେସନ୍ କରି ତାକୁ ହେଲମେଟ୍ ଫ୍ରି କରିବାକୁ ଯୋଜନା ରହିଥିବା କହିଛନ୍ତି ସିଡିଏମଓ ।

ସୂଚନାଯୋଗ୍ୟ, କନ୍ଧମାଳ ଫିରିଙ୍ଗିଆ ବ୍ଲକ ମେଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ବିରଳ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍ସ ରେ ହୋଇଥିଲା । ଯେଉଁଥିରେ ଉଭୟ ଶିଶୁଙ୍କୁ ଅଲଗା କରାଯାଇଥିଲା । ହେଲେ ପରେ କଟକ ଏସସିବିରେ ଆଖି ବୁଜିଥିଲା କାଳିଆ । ଗତବର୍ଷ ଡିସେମ୍ବର ମାସରେ ଦିଲ୍ଲୀ ଏମ୍ସ ଡାକ୍ତରମାନେ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଜଗା ଏବେ ସୁସ୍ଥ ହେଉଥିବା ସୂଚନ ରହିଛି ।

Leave A Reply

Your email address will not be published.