ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଖେଳାଳି ବଲ ଟ୍ୟାମ୍ପରିଂ କରୁଥିବା ସନ୍ଦେହ ଉପୁଜିଛି । ୪ର୍ଥ ଦିବସରେ ଆୟୋଜକ ଦଳର କେତେକ ଖେଳାଳି ବଲକୁ ସ୍ପାଇକରେ ଘସୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏ ସମ୍ପର୍କୀତ ଫଟୋ ଶେୟାର ହେବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।
ତେବେ ସେମାନେ ବଲ ଟ୍ୟାମ୍ପରିଂ କରୁଛନ୍ତି କି ନାହିଁ ତା ସ୍ପଷ୍ଟ ହୋଇନି । ଭାଷ୍ୟକାର ଆକାଶ ଚୋପ୍ରା ମଧ୍ୟ ଏ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି । ଭାରତୀୟ ପ୍ରଶଂସକମାନେ ସୋସିଆଲ ସାଇଟରେ ଇଂଲଣ୍ଡ ଖେଳାଳିଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି ।
Comments are closed.