Latest Odisha News

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଏଣ୍ଡାଓମେଣ୍ଟ ଫଣ୍ଡ’ର ନିର୍ମାଣ ପାଇଁ ରାଷ୍ଟ୍ରପତିଙ୍କ ଆହ୍ୱାନ

ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟକୁ ଆହୁରି ଉନ୍ନତିକରଣ କରିବା ତଥା ଏହାର ଉତ୍ତିଭୂମୀ ବିକାଶ ନିମନ୍ତେ ସହଯୋଗର ହାତ ବଢାଇବା ପାଇଁ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଣ୍ଡାଓମେଣ୍ଟ ଫଣ୍ଡ (ବୃତ୍ତି ପାଣ୍ଠି) ଆରମ୍ଭ କାରିବାକୁ ପ୍ରସ୍ତାବ ଦେଇଛନ୍ତି ରାଷ୍ଟ୍ରପତି ।

ବାଣୀବିହାର ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବଲିର ଉଦଯାପନୀ ଉତ୍ସବରେ ଯୋଗଦେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି ।

ତେବେ ଉତ୍କଳ ବିଶ୍ଵବିଦ୍ୟାଳୟର ଭବିଷ୍ୟତ ଗଢିବାରେ ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗ ସମାଜକୁ ଏକ ସୁବାର୍ତ୍ତା ପ୍ରଦାନ କରିବ ବୋଲି ଉତ୍କଳ ବିଶ୍ଵବିଦ୍ୟାଳୟର ପୁରାତନ ଛାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଏହି ପ୍ରସ୍ତାବ ରଖିଛନ୍ତି ।

ଏହି ଅବସରରେ ରାଷ୍ଟପତି ସ୍ୱତନ୍ତ୍ର ସ୍ମରଣିକା ଉନ୍ମୋଚିତ କରିବା ସହ ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ବାଣୀ ବିହାର ବିଶ୍ୱ ବିଦ୍ୟାଳୟ ପ୍ରମୁଖ ସ୍ଥାନ ନେବ ବୋଲି କହିଛନ୍ତି ।

ରାଷ୍ଟ୍ରପତି ଦିଲ୍ଲୀ ‘ସ୍ଥିତ ଆଇଆଇଟି’ ର ଉଦାହରଣ ମଧ୍ୟ ଦେଇଛନ୍ତି । କିପରି ସେଠାରେ ଏହି ସହାୟତା ପାଣ୍ଠି ଗଠନ ହେବାର ଏକମାସ ମଧ୍ୟରେ ପାଖାପାଖି ୨୫୦ କୋଟି ଟଙ୍କା ଆଦାୟ ହୋଇଥିଲା ।

କେନ୍ଦ୍ରାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ବିଶ୍ଵବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ପାଣ୍ଠିକୁ ନିଜର ଏକବର୍ଷର ଦରମା ଦାନ କରିବାକୁ କହିଥିବା କଥା ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯିବା ପରେ ରାଷ୍ଟ୍ରପତି ଏଭଳି ପ୍ରସ୍ତାବ ଦେଇଥିଲେ ।

ରାଷ୍ଟ୍ରପତି ଆହୁରି ମଧ୍ୟ ସେ କହିଛନ୍ତି ଯେ, “ଏହି ବିଶ୍ବବିଦ୍ୟାଳୟ ବିଗତ ୭୫ ବର୍ଷ ମଧ୍ୟରେ ଶିକ୍ଷାର ମନ୍ଦିର ପାଲଟିଛି। ଏହାର ବହୁ ଛାତ୍ରଛାତ୍ରୀ ଭାରତକୁ ଗୌରବାନ୍ବିତ କରିଛନ୍ତି। ଦେଶରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରମୁଖ ସ୍ଥାନ ନେବ ଏବଂ ଆଗାମୀ ୫ ରୁ ୭ ବର୍ଷ ଭିତରେ ଏହି ସ୍ଥାନ ଦେଶର ପ୍ରମୁଖ ଶିକ୍ଷା କ୍ଷେତ୍ର ଭାବେ ସୁନାମ ଅର୍ଜନ କରିବ ।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆନନ୍ଦ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଋଷା ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ବାଣୀ ବିହାରରୁ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ ଭବନରେ ବିଶ୍ରାମ ନେଇ ପୁଣିସନ୍ଧ୍ୟା ୫ଟା ୨୦ ମିନିଟରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.