Latest Odisha News

BREAKING NEWS

କଂଗ୍ରେସ ଛାଡ଼ିଲେ ପିସିସି ଉପସଭାପତି ରଜତ ଚୌଧୁରୀ

ଭୁବନେଶ୍ୱର: ଆଗକୁ ଆସୁଛି ନିର୍ବାଚନ । ଏହି ସମୟରେ ନେତା କର୍ମୀଙ୍କ ଚାଲିଛି ଦଳ ଅଦଳ ବଦଳ । ଏବେ କଂଗ୍ରେସରୁ ମୁହଁ ଫେରାଇ ନେଇଛନ୍ତି ରଜତ ଚୌଧୁରୀ । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପିସିସି ଉପସଭାପତି ରଜତ ଚୌଧୁରୀ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ରଜତ ପଠାଇଛନ୍ତି ତାଙ୍କ ଇସ୍ତଫା ପତ୍ର । ରାଜ୍ୟ କଂଗ୍ରେସର ଉପସଭାପତି ଭାବେ ଦାୟିତ୍ବ ତୁଲାଉଥିଲେ ରଜତ ।  ଇସ୍ତଫାର ସଠିକ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିଲେ ବି ଦଳୀୟ କର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି । ୨୦୧୪ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଯୁବ କଂଗ୍ରେସର ସଭାପତି ଭାବେ କାର୍ଯ୍ୟ କରିଥିଲେ ରଜତ ଚୌଧୁରୀ । ପରେ ତାଙ୍କୁ ପିସିସି ସାଧାରଣ ସଂପାଦକ ପଦ ମିସଳିଥିଲା ।

କଂଗ୍ରେସ ଛାଡ଼ିବା ପରେ ରଜତ ଚୌଧୁରୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏନେଇ ରଜତ କୌଣସି ପ୍ରତିକ୍ରିୟା ଗଣମାଧ୍ୟମରେ ରଖି ନାହାଁନ୍ତି । ଆଗରୁ ନିହାର ମହାନନ୍ଦ, ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ିଛନ୍ତି । ଏପରିକି ବିପ୍ଲବ ଜେନା ମଧ୍ୟ କଂଗ୍ରେସ ଛାଡ଼ିଛନ୍ତି । ଅର୍ଥତତ୍ବ ଚିଟ୍ ଫଣ୍ଡ ମାମଲାରେ ଗିରଫ ମଧ୍ୟ ହୋଇଥିଲେ ରଜତ ।

Leave A Reply

Your email address will not be published.