Latest Odisha News

BREAKING NEWS

ନିଜ ପାଠଶାଳା ବୁଲିଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସକାଳୁ ପ୍ରଥମେ ଭୁବନେଶ୍ୱର ତପୋବନ ହାଇସ୍କୁଲ, ଏହା ପରେ ୟୁନିଟ ୨ ସ୍ଥିତ ଗାର୍ଲ୍ସ ହାଇସ୍କୁଲରେ ପହଞ୍ଚିଛନ୍ତି ରାଷ୍ଟ୍ରପତି  । ୧୯୭୦ରୁ ୭୪ ଯାଏଁ ସେ ଏହି ସ୍କୁଲରେ ପାଠ ପଢିଥିଲେ ।

BjdElectrycity

ତାଙ୍କୁ ସ୍ୱାଗତ କରିବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଉତ୍ସାହିତ ଥିଲେ । ଛାତ୍ରଛାତ୍ରୀ ବ୍ୟାଣ୍ଡ ବଜାଇଥିଲେ । ସାନ୍ତାଳି ନୃତ୍ୟ ହୋଇଥିଲା । ନିଜସାଙ୍ଗ ମାନଙ୍କ ସହିତ ରାଷ୍ଟ୍ରପତି କଥା ହୋଇଥିଲେ । ୧୩ ଜଣ ସହପାଠୀଙ୍କ ସହିତ କଥା ହୋଇଥିଲେ । ସେମାନଙ୍କୁ ପୂର୍ବରୁ ଚିଠି ମାଧ୍ୟମରେ ରାଷ୍ଟ୍ରପତି ଭବନରୁ ଆସିବାକୁ ସୂଚିତ କରାଯାଇଥିଲା । ସେମାନଙ୍କ ସହିତ ସେ ଫଟୋ ଉଠାଇଥିଲେ ଦେଶର ପ୍ରଥମ ନାଗରିକ । ହଷ୍ଟେଲରେ ସେ କିଛି ସମୟ ବିତାଇଥିଲେ । ଛାତ୍ରଛାତ୍ରୀ ନିଜର କଳାକୃତୀ ତାଙ୍କୁ ଉପହାର ଦେଇଥିଲେ ।

Leave A Reply

Your email address will not be published.