ଭୁବନେଶ୍ୱର:ନଭେମ୍ବର ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ଚାଲିଛି । ରାସ୍ତାଘାଟ, ରେଲୱେଷ୍ଟେସନ, ହେଲିପ୍ୟାଡ ସବୁ ଚକାଚକ କରାଯାଉଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜନ୍ମମାଟିରେ ବେଶ ଉତ୍ସାହ ଲାଗି ରହିଛି ।
ରାଷ୍ଟ୍ରପତି ମୁର୍ମୁ ରାଇରଙ୍ଗପୁରର ବାଦାମପାହାଡଠାରେ ଟାଟା-ବାଦାମପାହାଡ ଟ୍ରେନର ଶୁଭାରମ୍ଭ କରିବେ । ତେଣୁ ଏହି ଷ୍ଟେସନର ସୌନ୍ଦର୍ୟ୍ୟକରଣ କାମ ଜୋରସୋରରେ ଚାଲିଛି । ସେହିପରି ପାହାଡପୁରଠାରେ ଝଖଝ ବିଦ୍ୟାଳୟର ସାଂସ୍କୃତିକ କାର୍ୟ୍ୟକ୍ରମରେ ଯୋଗ ଦେବେ । ଏହି ଅବସରରେ ରାଷ୍ଟ୍ରପତି ଏଲଆଣ୍ଡ ଟି କମ୍ପାନୀ ପକ୍ଷରୁ ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ରର ମଧ୍ୟ ଉଦଘାଟନ କରିବେ ।
ଏହାପରେ ରାଷ୍ଟ୍ରପତି ରାଇରଙ୍ଗପୁର ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ସନ୍ଧ୍ୟାରେ ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବେ । ସେଥିପାଇଁ ରାସ୍ତାଘାଟ,ଡାକବଙ୍ଗଳା ପରିଷ୍କାର ପରିଚ୍ଛନ ସହ ସଜାସଜି କାମ ଜୋରସୋରରେ ଚାଲିଛି । ଏପରିକି ବିଦ୍ୟୁତ କାଟ ଯେପରି ନ ହେବ ସେଥିପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।
ସୂଚନାଥାଉ କି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ଶେଷ ସପ୍ତାହରେ ୨ ଥର ଓଡ଼ିଶା ଗସ୍ତରେ ଆସିବେ । ପ୍ରଥମ ପର୍ୟ୍ୟାୟରେ ନଭେମ୍ବର ୨୦ରୁ ୨୨ ତିନି ଦିନିଆ ଗସ୍ତରେ ଆସିବେ । ପୁଣିଥରେ ନଭେମ୍ବର ୨୬ରୁ ୨୭ ଦୁଇ ଦିନିଆ ଗସ୍ତରେ ଆସିବେ ।
୨ୟ ପର୍ଯ୍ୟାୟ ଗସ୍ତରେ ସେ ନଭେମ୍ବର ୨୬ ତାରିଖରେ ଭୁବନେଶ୍ୱର ଆସିବେ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହେବେ ।
Comments are closed.