Latest Odisha News

BREAKING NEWS

୭ ଦିନ ଧରି ସୁଡଙ୍ଗ ଭିତରେ ୪୧ ଜୀବନ: ୨୪ ମିଟର ଡ୍ରିଲିଂ ପରେ ଅଟକି ଯାଇଛି ମେସିନ

ନୂଆଦିଲ୍ଲୀ: ଉତ୍ତରକାଶୀର ବ୍ରହ୍ମଖାଲ-ଜମୁନୋତ୍ରି ଜାତୀୟ ରାଜପଥ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ଝଟକା ।  ଏହି ଶ୍ରମିକମାନେ ଆଜିକୁ ୭ ଦିନ ହେଲା ଫସି ରହିଛନ୍ତି ସୁଡଙ୍ଗରେ । ଆମେରିକାନ ଡ୍ରିଲିଂ ମେସିନ ଲାଗି ଖନନ କାର୍ଯ୍ୟ ଚାଲିଛି । ଥାଇଲାଣ୍ଡ  ଓ ନରୱେର ବିଶେଷଜ୍ଞମାନେ ବି ଏହି କାମରେ ସହଯୋଗ କରୁଛନ୍ତି । ତେବେ  କିଛି କଠିକ ପଦାର୍ଥ ଅଟକିବାରୁ ଖନନ କାର୍ଯ୍ୟ ଗତକାଲି ବନ୍ଦ ରହିଥିଲା ।

BjdElectrycity

ବର୍ତ୍ତମାନ ସୁଦ୍ଧା ମାତ୍ର ୨୪ ମିଟର ଖୋଳା ଯାଇ ପାଇପ ଯାଇ ପାରିଛି । ଗତକାଲି ଅପରାହ୍ନ ୪ଟାରେ ଡ୍ରିଲିଂ ସମୟରେ କିଛି କଠିନ ପଦାର୍ଥ ଅଟକିଥିଲା । ଏହାବ୍ୟତୀତ କମ୍ପନ ସୃଷ୍ଟି ହେବାରୁ ଆବର୍ଜନା ଖସୁଥିଲା । ତେବେ କୁହାଯାଉଛି ମେସିନର ବିୟରିଂ ଖରାପ ହୋଇଯାଇଛି । ସେଥିପାଇଁ ଏହା ଆଗକୁ ବଢି ପାରୁନି । ବାରମ୍ବାର ଉପରକୁ ଉଠି ଆସୁଛି । ଆଜି ଇନ୍ଦୋରରୁ ଆଉ ଏକ ଆଗର  ବ୍ଲେଡ ଉଦ୍ଧାରସ୍ଥଳକୁ ଆସିବ । ଏକ ବିଶେଷଜ୍ଞ ଟିମ ସୁଡଙ୍ଗର ଉପର ଭାଗର ଯାଞ୍ଚ କରିଛନ୍ତି । ଯଦ୍ୱାରା ଭର୍ଟିକାଲ ଡ୍ରିଲିଂ କରାଯିବାର ସମ୍ଭାନା ସୃଷ୍ଟି ହୋଇପାରେ । ଯଦି ହୋରାଇଜେଣ୍ଟାଲ ଡ୍ରିଲିଂରେ ଶ୍ରମିକଙ୍କୁ ବାହାର କରିବାରେ ସଫଳତା ନ ମିଳେ ତେବେ ପାହାଡ ଉପରୁ ଭର୍ଟକାଲ ଡ୍ରିଲିଂ କରି ସୁଡଙ୍ଗ ଭିତରେ ଫଶିଥିବା ଶ୍ରମିକଙ୍କୁ ବାହାର କରିବା ପାଇଁ ଚେଷ୍ଟା କରାଯିବ ।

ସୂଚନାଥାଉ କି, ୯୦୦ ଏମଏମ ଗୋଲେଇ ଏବଂ ୬ ମିଟର ଲମ୍ବର ୫ଟି ପାଇପ ଆବର୍ଜନା ଭିତରେ ସମ୍ପୂର୍ଣ୍ଣ ପଶି ଯାଇଛି  । ହେଲେ ଗତକାଲି  ଏହା ଆଗକୁ ଯାଇ ପାରି ନଥିଲା । ଏକ ଟାଣ ଚଟ୍ଟାଣ ବା ସେହିପରି କିଛି ଅଟକୁଛି ଯାହା ଫଳରେ ପାଇପ ଆଗକୁ ଯିବା ସମ୍ଭବ ହୋଇପାରୁ ନାହିଁ । ଫଳରେ ଖନନ କାର୍ଯ୍ୟ  ଗତକାଲିଠାରୁ ଭାବେ ବନ୍ଦ ରହିଛି ।

Leave A Reply

Your email address will not be published.