Latest Odisha News

BREAKING NEWS

୨୦୨୨ ଓ ୨୦୨୩ ବର୍ଷ ଲାଗି ଜାତୀୟ ନାଇଟିଙ୍ଗେଲ ଆୱାର୍ଡ ପ୍ରଦାନ, ଓଡ଼ିଶାର ୨ ଜଣ ପୁରସ୍କୃତ

ଭୁବନେଶ୍ୱର: ଜାତୀୟ ଫ୍ଲୋରାନ୍ସ ନାଇଟିଙ୍ଗେଲ ଆୱାର୍ଡ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୨ ଓ ୨୦୨୩ ବର୍ଷ ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିଛନ୍ତି । ୨୦୨୨ ବର୍ଷ ଲାଗି ୧୫ ଜଣଙ୍କୁ ସମ୍ମାନିତ କରାଯାଇଥିବା ବେଳେ ୨୦୨୩ ବର୍ଷରେ ମଧ୍ୟ ୧୫ ଜଣଙ୍କୁ ପୁରସ୍କୃତ କରାଯାଇଛି ।

୨୦୨୨ ବର୍ଷ ଲାଗି ନର୍ସିଂ ଅଫିସର ସେବତୀ ସାହୁଙ୍କୁ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି । ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ନର୍ସିଂ ଅଫିସର ଅଛନ୍ତି ସେବତୀ । ନର୍ସିଂ ସେବାରେ ୧୮ ବର୍ଷର ଅଭିଜ୍ଞତା ରଖିଥିବା ସେବତୀ କୋଭିଡ୍ ସମୟରେ ସମସ୍ତଙ୍କ ଯତ୍ନ ନେଇଥିଲେ ।

ସେହିଭଳି ୨୦୨୩ ବର୍ଷ ଲାଗି ପୁରୀ ଜିଲ୍ଲା ସାହସପୁର ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଏଏନଏମ୍ ମଞ୍ଜୁଲତା ମହାରଣାଙ୍କୁ ପୁରସ୍କୃତ କରାଯାଇଛି । ଏଏନଏମ୍ ଭାବେ ୧୯ ବର୍ଷ ଧରି ସେବା ଯୋଗାଇ ଆସୁଛନ୍ତି ମଞ୍ଜୁଲତା । ଗତ ୩ ବର୍ଷରେ ଅଞ୍ଚଳରେ ମଞ୍ଜୁଲତାଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ୯୯ ପ୍ରତିଶତ ଟିକାକରଣ ସହ ମାତୃ ଓ ଶିଶୁହାର ମୃତ୍ୟୁହାର ଶୂନ ହୋଇ ପାରିଛି ।

Leave A Reply

Your email address will not be published.