Latest Odisha News

BREAKING NEWS

ବଦଳିଲେ ୪ ରାଜ୍ୟର ରାଜ୍ୟପାଳ

ନୂଆଦିଲ୍ଲୀ: ବଦଳିଲେ ୪ ରାଜ୍ୟର ରାଜ୍ୟପାଳ। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୪ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ଗୁରୁବାର ଦିନ ରାଷ୍ଟ୍ରୀୟ ଭବନ ଦ୍ବାରା ଜାରି ପ୍ରେସ କମ୍ୟୁନିକେସନ ଅନୁଯାୟୀ ଚାରିଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି।

ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟ ଏହି ପଦରୁ ଇସ୍ତଫା ଦେବା ପରେ ଅବସରପ୍ରାପ୍ତ ଲେଫ୍ଟ ଜେନେରାଲ ଗୁରୁମିତ ସିଂ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି। ଡେପୁଟି ଚିଫ୍ ଭାବରେ ଅବସର ନେଇଥିବା ଲେଫ୍ଟନାଣ୍ଟ ଜେନେରାଲ୍ ଗୁରୁମିତ ସିଂ ଗୁରୁବାର ଦିନ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ।

ଏହାବ୍ୟତୀତ ରାଷ୍ଟ୍ରପତି ତାମିଲନାଡୁରେ ମଧ୍ୟ ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ନାଗାଲାଣ୍ଡ ରାଜ୍ୟପାଳ ଆର.ଏନ୍ ରବିଙ୍କୁ ତାମିଲନାଡୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ପଞ୍ଜାବ ରାଜ୍ୟପାଳଙ୍କ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ପଞ୍ଜାବର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ଆସାମର ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀଙ୍କୁ ନାଗାଲାଣ୍ଡ ରାଜ୍ୟପାଳଙ୍କ କାର୍ଯ୍ୟ ତୁଲାଇବାକୁ ନିଯୁକ୍ତ କରାଯାଇଛି।

Comments are closed.