Latest Odisha News

BREAKING NEWS

ଆଜି କୋଭିଡ ଟୀକା ନେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ମାର୍ଚ ପହିଲାରୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍‌-୧୯ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ନେଇଥିବା ବେଳେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ନେବେ। ନୂଆଦିଲ୍ଲୀ ସ୍ଥିତ ଏମସରେ ରାଷ୍ଟ୍ରପତି ଟୀକା ନେବେ ବୋଲି ଜଣାପଡିଛି।

ଏହି ଟିକାକରଣ ଅଭିଯାନରେ ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଥିବା ୪୫ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିମାନଙ୍କୁ କୋଭିଡ୍‌-୧୯ ଟିକା ଦିଆଯାଉଛି।

ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ସମେତ ବହୁ ଶୀର୍ଷସ୍ତରୀୟ ରାଜନେତାମାନେ ଏହି ଟିକା ନେଇ ସାରିଛନ୍ତି ।

Leave A Reply

Your email address will not be published.