Latest Odisha News

BREAKING NEWS

NIT ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ରାଷ୍ଟ୍ରପତି

ରାଉରକେଲା: ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି, ଯାହା ନିଜକୁ ସନ୍ତୁଷ୍ଟ କରେ ତାହା କରିବା ପାଇଁ ବାଛନ୍ତୁ ଜ୍ଝ ଏମିତି କର ଯାହା ତୁମକୁ ନିଜ ଆକାଂକ୍ଷା ପୂରଣ ଦିଗର୍ ଅଧିକ ନିକଟତର କରିବ । ଯାହା ତୁମ ପରିବାରକୁ ତୁମ ପାଇଁ ଗର୍ବିତ ସେଭଳି କାମ କର ।

ରାଷ୍ଟ୍ରପତି କହିଛନ୍ତି, ଛାତ୍ରଛାତ୍ରୀଙ୍କର ସମାଜ ପ୍ରତି ଅନେକ ଅବଦାନ ରହିଛି । ବିନା କୌଣସି ଚାପରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ । ଏହାସହ ଏନଆଇଟି ଛାତ୍ରଛାତ୍ରୀଙ୍କ ସମାଜ ପ୍ରତି ଅନେକ ଅବଦାନ ରହିଥିବା କହିଛନ୍ତି । ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ଉତ୍କୃର୍ଷତା ଦେଶର ବିକାଶରେ ଏକ ନୂଆ ଦିଗ ଦେବ ।

ଏହାସହ ନିଜ ଅଭିଭାଷଣରେ ରାଷ୍ଟ୍ରପତି ଓଡ଼ିଶାର ଐତିହ୍ୟ ଓ ସାଂସ୍କୃତି ଗରିମା ବିଷୟରେ ବି ଆଲୋକପାତ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି, ସ୍ୱାଧୀନତା ପରେ ରାଷ୍ଟ୍ର ନିର୍ମାଣରେ ଓଡ଼ିଶାରର ଭାଗିଦାରୀ ଜାରି ରହିଛି । ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ଡକ୍ଚର ରାଜେନ୍ଦ୍ର ପ୍ରସାଦ ରାଉରକେଲାରେ ଦେଶର ବଡ଼ ଷ୍ଟିଲ ପ୍ଲାଣ୍ଟର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସକୁ ଲୋକାର୍ପଣ କରିଥିବା କଥା ଅବତାରଣା କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଏନଆଇଟି ସମାବର୍ତ୍ତନ ସମାରୋହରେ ୧୧୮ ଜଣଙ୍କୁ ଡକ୍ଟରେଟ ଓ ୮ ପ୍ରାକ୍ତନ ଛାତ୍ରଙ୍କୁ ସମ୍ମାନିତ କରାଯାଇଛି । ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ରାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.