Latest Odisha News

BREAKING NEWS

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆପଡ଼ା: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଜିଲ୍ଲାସ୍ତରରେ ନିର୍ବାଚନକୁ ନେଇ ପ୍ରସ୍ତୁତି ହୋଇଯାଇଛି। ଚଳିତ ନିର୍ବାଚନକୁ ଆହୁରି ଅବାଧ ଓ ନିରପେକ୍ଷ ସହ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇ ନୂଆପଡ଼ା ଜିଲ୍ଲା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଉଭୟ ଜିଲ୍ଲାପାଳ ଓ ନୂଆପଡ଼ା ଏସ.ପି କହିଛନ୍ତି। ଗତକାଲି ନିର୍ବାଚନ ତାରିଖ ଘୋଷଣା ପରେ ଆଜି ନୂଆପଡ଼ାଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ । ନିର୍ବାଚନ ପରିଚାଳନାକୁ ନିୟୋଜିତ ଅଧିକାରୀ, କର୍ମଚାରୀ, ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସୂଚନା ଦେଇଛନ୍ତି ।

କେଉଁ ଭଳି ଭାବେ ନିର୍ବାଚନ ପରିଚାଳନା ହେବ ସେନେଇ ଆଲୋଚନା ହୋଇଛି। ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଗଠନ କରାଯିବ ସ୍ୱତନ୍ତ୍ର ଟିମ୍‌। ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଆସୁଥିବା ନୂଆପଡ଼ା ଜିଲ୍ଲାର ଦୁଇଗୋଟି ନିର୍ବାଚନ ମଣ୍ଡଳୀର ସମୁଦାୟ ୪୯୪୦୦୦ ମତଦାତା ନିଜ ମତ ସାବ୍ୟସ୍ତ କରି ଗଣତନ୍ତ୍ରର ଏହି ବିରାଟ ନିର୍ବାଚନ ପର୍ବକୁ ସାକାର କରିବା ପାଇଁ ଜିଲ୍ଲାପାଳ ମତଦାତାଙ୍କୁ କହିଛନ୍ତି ।

ଆଜିଠାରୁ ରାଜନୈତିକ ଦଳ ଗୁଡ଼ିକର ପ୍ରଚାର ପୋଷ୍ଟର ରାସ୍ତା ଘାଟରୁ ହଟା ଯାଉଛି । ତିନୋଟି ଏନ.ଏ.ସି., ସର୍ବସାଧରଣସ୍ଥଳରୁ ସମସ୍ତ ବିଜ୍ଞାପନକୁ ହଟାଯିବ, ଶୋଭାଯାତ୍ରା, ସାଧାରଣ ସଭା, ପ୍ରଚାର ସମୟରେ ଗାଇଡଲାଇନକୁ କେମିତି ଅନୁସରଣ କରାଯିବ ସେନେଇ ସମସ୍ତଙ୍କୁ ଅବଗତ କରାଯିବ। ଆସନ୍ତା ୧୩ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ବିଶେଷ କରି ସମ୍ବେଦନଶିଳ ବୁଥ ବିଶେଷ କରି ମାଓ ଗତିବିଧି ଥିବା ଅଞ୍ଚଳ କୋମନା ଅଞ୍ଚଳର ସୁନାବେଡ଼ା, ବୋଡ଼େନ ପାଟଧରା ଅଞ୍ଚଳ ପାଇଁ ବିଶେଷ ଧ୍ୟାନ ଦେଇ ପୋଲିସ, ସିଆରପିଏଫ୍ ର ବ୍ୟବସ୍ଥା ହୋଇ ସାରିଛି । ନିଶ୍ଚିନ୍ତ ଭାବରେ ନୂଆପଡ଼ା ଜିଲ୍ଲାରେ ଅବାଧ ଓ ନିରପେକ୍ଷ ସହ ଶାନ୍ତି ଶୃଙ୍ଖଳ ର ସହ ନିର୍ବାଚନ ପ୍ରକ୍ରିୟାକୁ ତ୍ଵରାନିତ କରାଯିବ ବୋଲି ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ସହ ଏସପି ରାଘେବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.