Latest Odisha News

ଜ୍ୟାକି ଚାନଙ୍କ ଲୁକ ଦେଖି ପ୍ରଶଂସକ ସ୍ତବ୍ଧ

ମୁମ୍ବାଇ: ୮୦ ରୁ ୯୦ ଦଶକ ମଧ୍ୟରେ ଆକ୍ସନ ଫିଲ୍ମକୁ କମିକ ଶୈଳୀରେ ଅଭିନୟ କରି ଜ୍ୟାକି ଚାନ ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିଲେ । ତାଙ୍କ ଫିଲ୍ମର ଅଧିକାଂଶ ଫାଇଟ ଦୃଶ୍ୟ ସେ ନିଜେ ନିର୍ଦ୍ଦେଶନା ଦେଇଥାନ୍ତି । ନୂତନ ଶୈଳୀରେ ତାଙ୍କ ଆକ୍ସନ ଦୃଶ୍ୟକୁ ଦର୍ଶକମାନେ ଭଲ ପାଉଥିଲେ । ଦୀର୍ଘ ଦିନ ପରେ ୬୯ ବର୍ଷ ବୟସରେ ଜ୍ୟାକି ଚାନଙ୍କ ଏକ ଫଟୋ ପ୍ରଶଂସକଙ୍କ ସମ୍ମୁଖକୁ ଆସିଛି । ଯାହାକି ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଜ୍ୟାକି ସମ୍ପୂର୍ଣ୍ଣ ଭାବେ ବୟସ୍କଙ୍କ ପରି ଦେଖା ଯାଉଛନ୍ତି । ବୟସ ହୋଇ ଯାଇଥିଲେ ମଧ୍ୟ ତାଙ୍କର ଏହି ଲୁକ ପ୍ରଶଂସକଙ୍କ ମନ ବୁଝାଇ ପାରି ନାହିଁ ।

୭ ଏପ୍ରିଲ ୧୯୫୪ରେ ତାଙ୍କର ଜନ୍ମ ହୋଇଥିଲା । ଅଭିନେତା, ଲେଖକ, ପ୍ରଡ୍ୟୁସର, ମାର୍ଶଲ ଆର୍ଟିଷ୍ଟ ଓ ଷ୍ଟଂଟମ୍ୟାନ ସବୁ କିଛି ଭୂମିକା ତୁଲାଇ ସାରିଛନ୍ତି । ହ୍ୱିଲ୍ସ ଅନ ମୀଲ୍ସ, ଡ୍ରଙ୍କନ ମାଷ୍ଟର୍ସ, ଆର୍ମର ଅଫ ଗଡ ଓ ଅପରେଶନ କୋଣ୍ଡରରେ ତାଙ୍କ ଆକ୍ସନ ଦେଖିଥିବା ପ୍ରଶଂସକ କେବେ ହେଲେ ତାଙ୍କୁ ଭୂଲିପାରିବ ନାହିଁ । ଜଣେ ଶୃଙ୍ଖଳିତ ଓ ଭଦ୍ର ଅଭିନେତା ଭାବେ ମଧ୍ୟ ସେ ବେଶ ପରିଚିତ । ସେ ୧୫୦ରୁ ଊର୍ଦ୍ଧ୍ୱ ଫିଲ୍ମ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.