Latest Odisha News

BREAKING NEWS

‘ଫେଷ୍ଟିଭାଲ୍ ଅଫ ଗିଭିଙ୍ଗ’ ପକ୍ଷରୁ ପ୍ରେସମିଟ୍ : ଅକ୍ଟୋବର ୨ରୁ ୮ ତାରିଖ ଯାଏ ଅନୁଷ୍ଠିତ ହେବ ଦାନ ଉତ୍ସବ

ଭୁବନେଶ୍ୱର : ‘ଫେଷ୍ଟିଭାଲ୍ ଅଫ ଗିଭିଙ୍ଗ’ ବା ଦାନ ଉତ୍ସବ ଅନୁଷ୍ଠିତ ହେବା ନେଇ ଅନୁଷ୍ଠାନ ପକ୍ଷରୁ ଏକ ପ୍ରେସମିଟ୍ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରେସମିଟରେ ଅନୁଷ୍ଠାନର ବିଭିନ୍ନ ବରିଷ୍ଠ କର୍ମର୍ତ୍ତା ଦାନ ଉତ୍ସବ ବା ‘ଫେଷ୍ଟିଭାଲ୍ ଅଫ ଗିଭିଙ୍ଗ’ର ଆଭିମୁଖ୍ୟ, ଉଦ୍ଦେଶ୍ୟ ଏବଂ ଉତ୍ସବ ସମ୍ପର୍କରେ ମିଡ଼ିଆକୁ ଆଲୋକପାତ କରିଥିଲେ ।

ଦାନ ଉତ୍ସବ- ଭାରତର ‘ଫେସ୍ଟିଭାଲ ଅଫ୍ ଗିଭିଂ’ ବା ଦାନ କରିବାର ଉତ୍ସବ, ଯାହାକି ୨୦୦୯ ମସିହାଠାରୁ ପ୍ରତ୍ୟେକ ବର୍ଷ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଅବସରରେ ଅକ୍ଟୋବର ୮ ଯାଏ ପାଳିତ ହୋଇଆସୁଛି । ଚଳିତ ବର୍ଷ ଦାନ ଉତ୍ସବ ବା ‘ଜୟ ଅଫ ଗିଭିଂ’ ସପ୍ତାହ ପାଳନର ୧୦ମ ବର୍ଷ, ଯେଉଁଥିରେ ଲୋକମାନେ ଅନ୍ୟମାନଙ୍କ ସହିତ ଅର୍ଥ, ସମୟ, ଜ୍ଞାନ କିମ୍ବା କୌଶଳ ବା•ିବାରେ ନିଜକୁ ଉତ୍ସର୍ଗ କରିବାର କଳାକୁ ଆପଣାଇ ଥାଆନ୍ତି । ଦାନ ଉତ୍ସବର ବ୍ରାଣ୍ଡ୍ ଆମ୍ବାସଡରଭାବେ ସଚିନ୍ ତେନ୍ଦୁଲକର ମଧ୍ୟ ନିଜକୁ ଏହି ମହତ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଏହି ଉତ୍ସବରେ ଅଟୋଚାଳକଙ୍କଠାରୁ ଆରମ୍ଭ କରି କମ୍ପାନୀର ସିଇଓ ପର୍ଯ୍ୟନ୍ତ, ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ସେଲିବ୍ରେଟି ଏବଂ ଗୃହିଣୀଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ ବ୍ୟକ୍ତିତ୍ୱ ଯାଏ ଲକ୍ଷ ଲକ୍ଷ ଲୋକ ନିଜ ନିତିଦିନିଆ ଜୀବନରୁ ବାହାରି ନିଜର ସମୟ, ଅର୍ଥ, ଜ୍ଞାନ କିମ୍ବା କୌଶଳକୁ ଏହି ସପ୍ତାହରେ ସମାଜକୁ ଫେରାଇଥାଆନ୍ତି, ଯାହାକି ଏହି ସମାଜ ହିଁ ତାଙ୍କୁ ଦେଇଛି । ସେମାନେ ଏଭଳି କାର୍ଯ୍ୟକ୍ରମ ସୃଷ୍ଟି କରି କିମ୍ବା ଭାଗ ନେଇ ନିଜ ପସନ୍ଦ ଅନୁସାରେ ‘ଜୟ ଅଫ୍ ଗିଭିଂ’ ମନାଇ ଥାଆନ୍ତି । ଏଭଳି ଦାନ ଉତ୍ସବ କିଛି ବି ସରଳ ହେଇପାରେ, ଯେପରିକି ଘରେ କାର୍ଯ୍ୟରତ ସହାୟକଙ୍କ ପିଲାମାନଙ୍କୁ ଆଇସ୍କ୍ରିମ୍ ପାର୍ଟିରେ ନେଇଯିବା କିମ୍ବା ବଡ଼ ଆକାରରେ ହେଲେ କିଛି ଉପହାର ଦେବା ।

୨୦୧୭ ମସିହାରେ ସମଗ୍ର ଦେଶରର ୧ ହଜାର ସହରରେ ଏଭଳି ୧୦ ହଜାର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କୋଟି କୋଟି ଟଙ୍କାର ଦାନ ସଂଗ୍ରହ କରାଯାଇଥିଲା ଏବଂ ସ୍ୱେଚ୍ଛାସେବୀମାନେ ଅଗଣିତ ସମୟ ଏଥିରେ ନିବେଶ କରିଥିଲେ । ଚଳିତ ବର୍ଷ ଓଡ଼ିଶା ମଧ୍ୟ ଏଭଳି ଉତ୍ସବ ମନାଇବ ଏବଂ ଦାନ ଉତ୍ସବକୁ ଗାଁ ଗାଁରେ ପହଞ୍ଚାଇବ ।

ବ•ର୍ମାନ ପୁରୀ, ବଡ଼ମ୍ବା, ଦଶପଲ୍ଲା, ବଡ଼ବରସିଂ ଏବଂ ବରି ଆଦି ସ୍ଥାନର ଲୋକମାନେ ଏଥିରେ ଭାଗ ନେବେ ଏବଂ ଉତ୍ସବ ମନାିବା ସହିତ ସାମଜିକ ଓ ଅର୍ଥନୀତିକ ପରିବ•ର୍ନ ପାଇଁ ପ୍ରେରଣା ସାଜିବେ । ଓଡ଼ିଆ ର୍ୟାପର ସମୀର ରିଷୁ ମହାନ୍ତି ବା ବିଗ୍ ଡିଲ ଏବଂ ପୁରୀର ବାଲୁକା ଶିଳ୍ପୀ ମାନଓ ସାହୁ ଏହି ଅବସରରେ ନିଜକୁ ଉତ୍ସର୍ଗ କରିବା ସହିତ ଦାନ ଉତ୍ସବ ୨୦୧୮ର ଅଂଶବିଶେଷ ସାଜିବେ । ଏପରିକି କଟକ ଓ ଭୁବନେଶ୍ୱରରୁ ୧୦ରୁ ୨୦ଟି ସାଇକେଲ ଯାତ୍ରା ମଧ୍ୟ ଦଶମ ଦାନ ଉତ୍ସବର ବାର୍ତ୍ତା ପ୍ରଚାରପ୍ରସାର କରିବ ।

ଦାମ ଦାନ ଉତ୍ସବ ଅବସରରେ ଆଲିଆ ଭଟ୍ଟ, ଲତା ମଙ୍ଗେସକର, ଅଜୀମ୍ ପ୍ରେମ୍ଜୀ, ଅନୁ ଆଗା, ଛବି ରାଜୱତ୍, ଦେବୀ
ସେଠୀ, ଜଷ୍ଟିସ୍ ଶ୍ରୀକୃଷ୍ଣ ପ୍ରଭୃତି ବ୍ୟକ୍ତିତ୍ୱ ସଚିନ୍ ତେନ୍ଦୁଲକରଙ୍କ ସହିତ ବ୍ରାଣ୍ଡ୍ ଆମ୍ବାସଡରଭାବେ ଯୋଗ ଦେଇ ଏହି ଉତ୍ସବକୁ
ଆହୁରି ସଫଳ କରାଇବେ । ତେଣୁ ଏହା ହୁଏତ ଦାନ ଉତ୍ସବର ଉଦ୍ଦେଶ୍ୟ ଏବଂ ବାର୍ତ୍ତାକୁ ପାଠକ, ଶ୍ରୋତା ଏବଂ ଦର୍ଶକଙ୍କ
ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମଗୁଡ଼ିକ ପାଇଁ ଉଚିତ ସମୟ ହେବ । ଯାହାଫଳରେ ସେମାନେ ନିଜଠାରୁ ପରିବର୍ତ୍ତନ
ଆରମ୍ଭ କରିବେ । ମୁମ୍ବାଇ ଏବଂ ବାଙ୍ଗାଲୋର ପରି ସହର ମୁମ୍ବାଇ ମେଟ୍ରୋ, ଆହାର, ଆର୍ଟ ପାଠଶାଳା, ୨୦୦ ଗୁଞ୍ଜ ବସ୍ ଆଦରେ
ଏନ୍ଜିଓ ଷ୍ଟଲ ଲଗାଇ ଏହି ଉତ୍ସବରେ ସାମିଲ ହୋଇଥିଲେ । ତାମିଲନାଡ଼ୁର ୫୦ ହଜାର ଇଣ୍ଟିଗ୍ରେଟେଡ଼ ଚାଇଲ୍ଡ ଡ଼େଭେଲପମେଣ୍ଟ
ସେଣ୍ଟର୍ସକୁ (ଆଇସିଡିଏସସ୍କୁ) ଚିଠି ପଠାଯାଇ ପିଲାମାନଙ୍କୁ ଚାରା ରୋପଣ ପାଇଁ ଅନୁପ୍ରାଣିତ କରାଯାଇଥିଲା ।

Leave A Reply

Your email address will not be published.