Latest Odisha News

BREAKING NEWS

ଅପରାଧୀ ଚିହ୍ନଟ ପ୍ରକ୍ରିୟା ଏବଂ ଦିଲ୍ଲୀ ମହାନଗର ନିଗମ ଆକ୍ଟ କୁ ଅନୁମୋଦନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଚଳିତ ବଜେଟ୍ ଅଧିବେଶନରେ ପାରିତ ହୋଇଥିବା ଦୁଇଟି ବିଲ୍ କୁ ଅନୁମୋଦନ କରି ଆଇନରେ ପ୍ରଣୀତ କରିଛନ୍ତି । କ୍ରିମିନାଲ ପ୍ରୋସିଜର(ଆଇଡେଣ୍ଟିଫିକେସନ) ଆକ୍ଟ-୨୦୨୨ ଏବଂ ଦିଲ୍ଲୀ ମହାନଗର ନିଗମ ଆକ୍ଟ-୨୦୨୨କୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି ।

କ୍ରିମିନାଲ ପ୍ରୋସିଜର ଆକ୍ଟ ର ଉଦ୍ଦେଶ୍ୟ ହେଉଛି, ଅପରାଧୀ ଏବଂ ଅଭିଯୁକ୍ତ ମାନଙ୍କର ଶାରୀରିକ ରେକର୍ଡ ରଖିବା ପାଇଁ ଆବଶ୍ୟକ ଅନୁମତି । ଅପରାଧୀ ପରିଚୟ ଓ ତଦନ୍ତ ପାଇଁ ଶରୀର ମାପ ନିଆଯିବ । ଯାହା ଆଙ୍ଗୁଠି ଚିହ୍ନ, ପାପୁଲି ଚିହ୍ନ, ପାଦ ଚିହ୍ନ, ଫଟୋ, ଆଇରିସ ଏବଂ ରେଟିନା ସ୍କାନ୍, ଫିଜିକାଲ, ବାୟୋଲୋଜିକାଲ ସାମ୍ପଲ୍ ରହିବ । ସେଗୁଡ଼ିକୁ ଅନ୍ୟମାନଙ୍କ ସହ ବିଶ୍ଲେଷଣ କରାଯିବ । ଏହା ଅପରାଧୀ ଆକ୍ଟ-୧୯୨୦ର ପ୍ରତି ବଦଳରେ ପ୍ରସ୍ତୁତ କରାଯାଇଛି ।

ସେହିପରି ଦିଲ୍ଲୀ ମହାନଗର ନିଗମ-୨୦୨୨ ଆକ୍ଟରେ ତିନୋଟି ଯାକ ମହାନଗର ନିଗମକୁ ମିଶାଇ ଦେବାକୁ ଏଥିରେ ନିୟମ କରାଯାଇଛି । ଦିଲ୍ଲୀରେ ଥିବା ପୂର୍ବ, ଉତ୍ତର ଏବଂ ଦକ୍ଷିଣ ମହାନଗର ନିଗମ ମିଶି ଏବେ ଗୋଟିଏ ମହାନଗରରେ ହେବ ।

Leave A Reply

Your email address will not be published.