Latest Odisha News

BREAKING NEWS

ଅର୍ଜୁନ କପୁର ଓ ଭୂମି ପେଡନକରଙ୍କ ଷ୍ଟାର ଫିଲ୍ମ ‘ଦ ଲେଡି କିଲର’ର ସୁଟିଂ ଆରମ୍ଭ, ହିମାଚଳ ପ୍ରଦେଶରେ ଚାଲିଛି ସୁଟିଂ

ମୁମ୍ବାଇ: ଅର୍ଜୁନ କପୁର ଏବେ ତାଙ୍କ ଅପକମିଂ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି ।ଅର୍ଜୁନ କପୁର ଓ ଭୂମି ପେଡନକରଙ୍କ ଅପକମିଂ ଫିଲ୍ମ ”ଦ ଲେଡି କିଲର”ର ସୁଟିଂ ଆଜି ଆରମ୍ଭ ହୋଇଯାଇଛି ।ଭୂଷଣ କୁମାର ଓ ଶୈଳେଶ ଆର ସିଂଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ହିମାଚଳ ପ୍ରଦେଶରେ କରାଯାଉଛି ।

BjdElectrycity

ହିମାଚଳ ପ୍ରଦେଶର ମନାଲିରେ ଏହି ଫିଲ୍ମର ଆଜିଠାରୁ ସୁଟିଂ ଆରମ୍ଭ ହୋଇଯାଇଛିା ସସପେନ୍ସ ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମରେ ଏକ ଛୋଟ ସହରର ପ୍ଲେ ବୟେ ମାନଙ୍କ କାହାଣି ପ୍ରଦର୍ଶୀତ ହେବ । ଏହି ଫିଲ୍ମର ସୁଟିଂକୁ ନେଇ ଏକ୍ସାଇଟେଡ୍ ଅଛନ୍ତି ଅର୍ଜୁନ୍ କପୁର ଓ ଭୂମି ପେଡନକର । ସୁଟିଂ ସମୟର କିଛି ଫଟୋକୁ ନିଜ ସୋସିଆଲ ମିଡିଆ ସାଇଡରେ ସେୟାର କରିଛନ୍ତି ଅର୍ଜୁନ୍ ଓ ଭୂମି ।

ଏନେଇ ଭୂମି ସୋସିଆଲ ମିଡିଆରେ ଫଟୋ ସେୟାର କରି ଲେଖିଛନ୍ତି ।କିଛି ଦିନ ପାଇଁ ହିମାଞ୍ଚଳ ପ୍ରଦେଶ ଆମ ଘର ବୋଲି କହିଛନ୍ତି ।ସେପଟେ ‘ଦ ଲେଡି କିଲର’ ଫିଲ୍ମ ଫ୍ୟାନ ମାନଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ଆଶାରଖିଛନ୍ତି ପୁରା ଟିମ୍ ।

Leave A Reply

Your email address will not be published.