Latest Odisha News

BREAKING NEWS

ବିନା ଅନୁମତିରେ ବିବାହ କରାଇଲେ ବନ୍ଧା ହେବେ ପୁରୋହିତ

ଗଞ୍ଜାମ: ବିନା ଅନୁମତିରେ ବିବାହ କରାଇଲେ ବନ୍ଧା ହେବେ ପୁରୋହିତ । କେବଳ ସେତିକି ନୁହେଁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହେବ । ଆଜି ଟ୍ୱିଟ୍ କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗଂଜମା ଜିଲ୍ଲା ପ୍ରଶାସନ ।

ସେ କହିଛନ୍ତି ଯେ, ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟ୍‌ଙ୍କ ଠାରୁ ଅନୁମତି ପରେ ହିଁ ବିବାହ ଉତ୍ସବ କରାଯାଇପାରିବ। ତାହା ପୁଣି ଅଳ୍ପ ସଂଖ୍ୟକ ଅତିଥିଙ୍କ ଉପସ୍ଥିତିର, କୋଭିଡ୍ ଗାଇଡଲାଇନ୍ ପାଳନ କରି ବିବାହ ଉତ୍ସବ ପାଳନ କରିବେ। ଯଦି ଏହାର କେହି ଖିଲାପ କରନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ । ଏପରିକି ବିବାହ କାର‌୍ୟ୍ୟ ସମ୍ପାଦନ କରୁଥିବା ବ୍ରାହ୍ମଣ ଓ ପୁରୋହିତଙ୍କ ବିରୋଧରେ ମାମଲା ହେବ । ଏଫଆଇଆର ମଧ୍ୟ ରୁଜୁ ହେବ ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଦିନକୁ ଦିନ ସଂକ୍ରମିଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଲକଡାଉନ୍ ଲାଗୁ କରାଯାଇଛି । ଏହି ସମୟରେ ବିବାହ କାର୍ଯ୍ୟକୁ ଅନୁମତି ମିଳିଥିଲେ ମଧ୍ୟ ସଂକ୍ରମଣ ଏଡାଇବା ପାଇଁ ଅଧିକ ସଂଖ୍ୟକ ଅତିଥିଙ୍କ ନିମନ୍ତ୍ରଣ ଉପରେ ରୋକ ଲାଗିଛି । ତେବେ କେତେକ ସ୍ଥାନରେ ଏହି ନିୟମର ଉଲଙ୍ଘନ ହେଉଥିବା ମଧ୍ୟ ଅଭିଯୋଗ ଆସୁଛି ।

Comments are closed.