Latest Odisha News

ଆତ୍ମହତ୍ୟା ପୂର୍ବରୁ ‘ୱିକିପିଡ଼ିଆ’ରେ ଅପ୍‌ଡ଼େଟ୍ ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ ଖବର !

ମୁମ୍ବାଇ: ବଲିଉଡ଼ ଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରବତର୍ତ୍ତୀ ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟ ସହିତ ଭିସେରା ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇସାରିଛି । ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ମଧ୍ୟ ଏହି ମୃତ୍ୟୁ ଘଟଣାକୁ ସହଜରେ ଫ୍ୟାନମାନେ ଗ୍ରହଣ କରିପାରୁନାହାନ୍ତି । ସୋସିଆଲ୍ ମିଡ଼ିଆରେ ସୁଶାନ୍ତଙ୍କର ଅଗଣିତ ଫ୍ୟାନଙ୍କ ବିଭିନ୍ନ ପୋଷ୍ଟ ଯୋଗୁଁ ବିଭିନ୍ନ କଳ୍ପନାଜଳ୍ପନା ଜାରି ରହିଛି ।

ଅଧିକ ପଢନ୍ତୁ: ଆସିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭିସେରା ରିପୋର୍ଟ !

ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ତାଙ୍କର ହଜାର ହଜାର ଫାନ୍ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏପରିକି କିଛି ସୋସିଆଲ୍ ମିଡ଼ିଆ ୟୁଜର୍ସ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ କିପରି ୱିକିପିଡ଼ିଆରେ ତାଙ୍କର ମୃତ୍ୟୁ ଖବର ପ୍ରକାଶିତ ହୋଇଛି ।

କିଛି ସୋସିଆଲ୍ ମିଡ଼ିଆ ୟୁଜର୍ସ ଏନେଇ କହିଛନ୍ତି ଯେ, ୱିକିପିଡ଼ିଆରେ ୧୪ ଜୁନ୍ ୯ଟାରୁ ୯ଟା ୩୦ ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁ ଖବର ଅପଡ଼େଟ୍ ହୋଇଛି । ତେବେ ସେତେବେଳକୁ ସୁଶାନ୍ତ ବଞ୍ଚିଥିଲେ ।

“ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଯେଉଁ ଖବର ଜଣାପଡ଼ିଲା ତାହା ଜୁନ୍ ୧୪ ତାରିଖରେ ଦିନ ୧ଟାରୁ ୨ଟା ମଧ୍ୟରେ ଥିଲା । ତେଣୁ ୱିକିପିଡ଼ିଆ ପେଜରେ ଦିନ ୯ଟାରେ କିପରି ଅପଡ଼େଟ୍ ହେଲା?” ଏହିପରି ପ୍ରଶ୍ନ କରିଛନ୍ତି ସୁଶାନ୍ତଙ୍କର ଜଣେ ଫ୍ୟାନ ।

ସୁଶାନ୍ତଙ୍କର ଏହି ବଡ଼ ପ୍ରଶଂସକ ଜଣକ ଏହି ଘଟଣାର ସଠିକ୍ ତଦନ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

 

 

ସେ ହାସ୍ ଟ୍ୟାଗ୍ ମଧ୍ୟରେ ସୁଶାନ୍ତଙ୍କୁ ନ୍ୟାୟ ମିଳୁ ବୋଲି ମଧ୍ୟ କହିଛନ୍ତି ।

Leave A Reply

Your email address will not be published.