ବୌଦ୍ଧ: ଭିଜିଲାନ୍ସ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଜଣେ ସହକାରୀ ଶିକ୍ଷକ । ତାଙ୍କ ପରିଚୟ ହେଉଛି ତପନ କୁମାର କଁହର । ଫୁଲବାଣୀର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ତାଙ୍କୁ ଜେଲକୁ ପଠାଇ ଦେଇଛନ୍ତି । ସେ ବୌଦ୍ଧ ହରଭଙ୍ଗା ବ୍ଲକ କୁଟିବାରୀ ପ୍ରାଥମିକ ଶିକ୍ଷକ ଭାବରେ କାମ କରନ୍ତି ।
ଏକ ନୂତନ ପ୍ରାଥମିକ ବିଦ୍ୟାଳୟର ବିଲ୍ଡିଂ କାମ ନ କରି ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଆଜି ଶୁଣାଣି ହୋଇଛି । ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଚାରି ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ଦଣ୍ଡିତ କରାଯାଇ ତପନ କଁହରଙ୍କୁ ଜେଲ ପଠାଇ ଦିଆଯାଇଛି ।
ଏହାପରେ ତାଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ଲେଖିବ ଭିଜିଲାନ୍ସ । ତେବେ ଦୋଷୀ ଜଣକ କାନ୍ଦରା ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତପନ କୁମାର କଁହର ଭାବରେ ଚିହ୍ନଟ ହୋଇଛନ୍ତି, ଯିଏ ବର୍ତ୍ତମାନ କୁଟିବାରି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବରେ କାମ କରୁଛନ୍ତି ।
Comments are closed.