ଦୁବାଇ: ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ଭାରତ, ନ୍ୟୁଜିଲାଣ୍ଡ ସେମିରେ ପ୍ରବେଶ କରିଥିଲେ । ୧୬ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ସେମିକୁ ଉନ୍ନୀତ ହୋଇଛି । ଶୁକ୍ରବାର ଖେଳା ଯାଇଥିବା ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମ୍ୟାଚ ବର୍ଷା ଯୋଗୁ ଅଧାରୁ ବନ୍ଦ ହୋଇଥିଲା । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୭୩ ରନ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ୧୨.୫ ଓଭରରେ ୧ ୱିକେଟ ବିନିମୟରେ ୧୦୯ ରନ କରିଥିବା ବେଳେ ବର୍ଷା ହୋଇଥିଲା । ଏହା ପରେ ଆଉ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଉଭୟ ଦଳ ୧ ପଂଏଟ ଲେଖାଏଁ ପାଇବା ପରେ ଅଷ୍ଟ୍ରେଲିଆ ସେମିରେ ପ୍ରବେଶ କରିଥିଲା ।
ସେମିଫାଇନାଲର ୪ର୍ଥ ଦଳର ଘୋଷଣା ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ପରେ ଚୂଡାନ୍ତ ହେବ । ଶନିବାର ଏହି ମ୍ୟାଚ ଖେଳାଯିବ । ସେହିପରି ମାର୍ଚ୍ଚ ୨ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଲିଗ ମ୍ୟାଚ ଆୟୋଜିତ ହେବ । ଦକ୍ଷିଣ ଆଫ୍ରିକା ଏକ ବୃହତ ବ୍ୟବଧାନରେ ଇଂଲଣ୍ଡଠାରୁ ହାରିଲେ ଆଫଗାନିସ୍ତାନ ପାଇଁ ଆଶା ସୃଷ୍ଟି ହେବ । ତେବେ ରନରେଟ ଦୃଷ୍ଟିକୋଣରୁ ଏହା ପ୍ରାୟତଃ ଅସମ୍ଭବ ମନେ ହେଉଛି । ଉଦାହରଣ ସ୍ୱରୂପ ୩୦୧ ରନକୁ ଚେଜ କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ୨୦୭ ରନ ବ୍ୟବଧାନରେ ବିଜୟ ହାସଲ କରିବ ତେବେ ଆଫଗାନିସ୍ତାନ ରନରେଟ ଭିତିରେ ସେମିରେ ପ୍ରବେଶ କରିବ ।
Comments are closed.