Latest Odisha News

BREAKING NEWS

ମୋଦିଙ୍କ ମନ୍ କି ବାତ୍

ଭୁବନେଶ୍ୱର: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ କି ବାତ୍ । ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ବାତ୍ୟ ୟାସ୍‌ରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସଂକ୍ରମଣର ସ୍ଥିତି ଓ ଟିକା କରଣ ଉପରେ ଚର୍ଚ୍ଚା ।

ସଂକ୍ରମଣକୁ ଭୟ ନକରି ଫ୍ରଣ୍ଟ ଲାଇନ୍ ଯୋଦ୍ଧା ମାନେ ଦିନରାତି ପରିଶ୍ରମ କରୁଛନ୍ତି । ସେହିଭଳି ଦି୍ୱତୀୟ ଲହରରେ ଅକ୍ସଜେନ୍ ଯୋଗାଣ ବଡ ଚ୍ୟାଲେଞ୍ଜ ଥିଲା । ମୋଦି ଅମ୍ଲଜାନ ଏକ୍ସପ୍ରେସର ମହିଳା ଡ୍ରାଇଭର ଶିରସାଙ୍କ ଉଦାହରଣ ଦେଇଛନ୍ତି । ମହାମାରୀ ସଙ୍କଟ ଭିତରେ ମହିଳା ମାନେ ମଧ୍ୟ ସୁଚାରୁ ରୂପେ ସମସ୍ତ ଦାୟିତ୍ୱ ନିଭାଇଛନ୍ତି । ମହାମାରୀ ବିରୋଧୀ ଲଢେଇରେ ଡାକ୍ତରଙ୍କ ବ୍ୟତୀତ ସେନା ଓ ନୌସେନାର ଅବଦାନ ନେଇ ପ୍ରଶଂସା କରିଛନ୍ତି ମୋଦି ।

ସେହିଭଳି ଦିଲ୍ଲୀର ଏକ ଅନୁଷ୍ଠାନର ଲାବୋରେଟୋରୀରେ କାମ କରୁଥିବା ଲାବ ଟେକ୍‌ିସିଆନ୍ ପ୍ରକାଶଙ୍କ ଅନୁଭୁତି ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଇଛନ୍ତି । ଦେଶର ହଜାର ହଜାର ପରୀକ୍ଷଣ ଲାବରେ କରୋନା ପରୀକ୍ଷା କରାଯାଉଛି । ଗୋଟିଏ ଦିନରେ ଲକ୍ଷ ଲକ୍ଷ ରୋଗୀଙ୍କ କରୋନା ପରୀକ୍ଷା ଚାଲିଛି । ଏହିଭଳି ପରିସ୍ଥିତିରେ ଦିନରାତି କାମ କରୁଥିବା ଲ୍ୟାବ୍ ଟେକ୍ନିସିଆନ୍ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

କରୋନା ମହାମ।।ରୀ ସମଗ୍ର ବିଶ୍ୱ ସମେତ ଭାରତରେ ମଧ୍ୟ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଗରିବ ପିଲାମାନଙ୍କ ଦାୟିତ୍ୱ ନେବାକୁ ମୋଦି ଘୋଷଣା କରିଛନ୍ତି । ପିତାମାତା ହରାଇଥିବା ସମସ୍ତ ପିଲାଙ୍କୁ କେନ୍ଦ୍ର ସରକାର ସାହାଯ୍ୟ କରିବେ । ଏଥିପାଇଁ ପିଏମ୍ କେୟାର ଫର ଚାଇଲ୍ଡ ସ୍କିମ୍ ଆରମ୍ଭ ହେଉଥିବା ଜଣାଇଛନ୍ତି ମୋଦି ।

ମହାମାରୀ ସମୟରେ ବି ବାତ୍ୟା ପ୍ରଭାବିତ ରାଜ୍ୟ ଗୁଡିକ ସାହସିକତା ଦେଖାଇଛନ୍ତି । ଯେଉଁମାନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Leave A Reply

Your email address will not be published.