ଭୁବନେଶ୍ବର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବା ପରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ଏହା ବାସ୍ତବରେ ଏକ ବିଡ଼ମ୍ବନା ଯେ ଓଡ଼ିଶାର ମୋର ଭଉଣୀ ଏବଂ ଭାଇମାନେ ପୂର୍ବ ସରକାର ଦ୍ୱାରା ଆୟୁଷ୍ମାନ ଭାରତର ଲାଭରୁ ବଞ୍ଚିତ ହୋଇଥିଲେ । ଏହି ଯୋଜନା ଉଚ୍ଚ ମାନର ସ୍ୱାସ୍ଥ୍ୟସେବା ଏବଂ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବ । ଏହା ବିଶେଷ କରି ଓଡ଼ିଶାର ନାରୀ ଶକ୍ତି ଏବଂ ବୟସ୍କମାନଙ୍କୁ ଲାଭାନ୍ୱିତ କରିବ ।
ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ !
ଏହା ବାସ୍ତବରେ ଏକ ବିଡ଼ମ୍ବନା ଯେ ଓଡ଼ିଶାର ମୋର ଭଉଣୀ ଏବଂ ଭାଇମାନେ ପୂର୍ବ ସରକାର ଦ୍ୱାରା ଆୟୁଷ୍ମାନ ଭାରତର ଲାଭରୁ ବଞ୍ଚିତ ହୋଇଥିଲେ । ଏହି ଯୋଜନା ଉଚ୍ଚ ମାନର ସ୍ୱାସ୍ଥ୍ୟସେବା ଏବଂ ସୁଲଭ ମୂଲ୍ୟ ସୁନିଶ୍ଚିତ କରିବ । ଏହା ବିଶେଷ କରି ଓଡ଼ିଶାର ନାରୀ ଶକ୍ତି ଏବଂ ବୟସ୍କମାନଙ୍କୁ ଲାଭାନ୍ୱିତ… https://t.co/YzOk59LLNS
— Narendra Modi (@narendramodi) January 13, 2025
ସୂଚନାଯୋଗ୍ୟ, ଏଣିକି ଆୟୁଷ୍ମାନ ଭାରତରେ ସ୍ୱାସ୍ଥ୍ୟସେବା ପାଇବେ ଓଡ଼ିଶାବାସୀ । ଆଜି ଦିଲ୍ଲୀରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଭିତରେ ଏମଓୟୁ ସ୍ବାକ୍ଷର ହୋଇଥିବାବେଳେ ରାଜ୍ୟର ପ୍ରାୟ ୧ କୋଟି ପରିବାରର ସାଢେ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ ।
ତେବେ ରାଜ୍ୟ ଯୋଜନା ଗୋପବନ୍ଧୁ ଜନଆରୋଗ୍ୟ ଏବଂ କେନ୍ଦ୍ରର ଆୟୁଷ୍ମାନ ଭାରତ ମିଶି ଗୋଟିଏ କାର୍ଡ ଦିଆଯିବ । ଚିକିତ୍ସା କ୍ଷେତ୍ରରେ ଏହି ଯୋଜନା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ହିତାଧିକାରୀ ଦେଶର ୩୦ ହଜାରରୁ ଅଧିକ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ପାଇପାରିବେ ।ପ୍ରତ୍ୟେକ ପଞ୍ଚାୟତରେ ପ୍ରତିଷ୍ଠା ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ହେବ ।
ଆୟୁଷ୍ମାନ ଭାରତରେ ୧୯ ଶହ ୪୯ ପ୍ରକାର ମେଡିକାଲ ସେବା ସହ ମେଡିକାଲରୁ ଡିସଚାର୍ଜ ହେବା ପରର ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ମେଡିସିନ ସୁବିଧା ରହିଛି ।