ଭୂବନେଶ୍ବର: ଆଜି 8ମ ବିଶ୍ୱ ଯୋଗ ଦିବସରେ ସାରା ଦେଶରେ ଉତ୍ସାହର ସହ ଯୋଗଦିବସ ପାଳନ କରାଯାଇଛି । କର୍ଣ୍ଣାଟକ ମହୀଶୂରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯୋଗ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯୋଗ ଏବେ ଅନ୍ତର୍ଜାତୀୟ ପର୍ବରେ ପରିଣତ ହୋଇଛି । ଯୋଗ ଜୀବନର ଅଂଶ ନୁହେଁ ଏହା ଜୀବନ ଶୈଳୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
Participated in the Yoga Day programme in Mysuru. #YogaForHumanity pic.twitter.com/SJxDfEHeOx
— Narendra Modi (@narendramodi) June 21, 2022
ଏହା ସହ ମୋଦୀ କହିଛନ୍ତି ସୁଖ, ଶାନ୍ତି ଓ ସେଲିବ୍ରେଟ୍ କରିବାର ଦିନ । କୋଭିଡ ସଂକ୍ରମଣ ଯୋଗୁ ଦୁଇ ବର୍ଷ ପରେ ଭାରତରେ ଧୁମଧାମରେ ଯୋଗ ଦିବସ ପାଳନ କରାଯାଉଛି । ମହୀଶୂରରେ ପାୟ ୧୫ ହଜାର ଲୋକ ଏକାଠି ଯୋଗ କରିଛନ୍ତି ।
#WATCH LIVE | Prime Minister Narendra Modi leads the #InternationalDayOfYoga celebrations from Karnataka's Mysuru.
https://t.co/dpviUOw5up— ANI (@ANI) June 21, 2022
ଏପରିକି ବିଶ୍ୱର କୋଣ ଅନୁକୋଣରେ ଆଜି ଯୋଗ ଦିବସ ପାଳନ କରାଯାଇଛି । ଭାରତର ବିଭିନ୍ନ ସ୍ଥାନରେ ମଧ୍ୟ ଯୋଗ ପାଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀ 75ଟି ସ୍ଥାନରେ ଯୋଗ ଶିବିରରେ ଯୋଗଦେଇଥିଲେ ।
Comments are closed.