Latest Odisha News

BREAKING NEWS

ସାରା ବିଶ୍ୱରେ ପାଳିତ ହେଉଛି ଯୋଗ ଦିବସ । ୨୦୨୨ ପାଇଁ ସ୍ଳୋଗାନ୍ ‘ମାନବ ଜାତି ପାଇଁ ଯୋଗ’

ଭୁବନେଶ୍ବର: ବିଶ୍ୱ ସଂସ୍ଥା ଅନୂୁଯାୟୀ ସମ୍ପୂର୍ଣ୍ଣ ଓ ସୁସ୍ଥ ଶରୀର, ମନ, ସମାଜ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଯୋଗ ହେଉଛି ଏକ ସର୍ବୋକ୍ରୃଷ୍ଟ ମାଧ୍ୟମ । ତେବେ ଚଳିତ ବର୍ଷ ଯୋଗ ଦିବସ ଉପଲକ୍ଷେ ଥିମ୍ ରହିଛି ‘ମାନବ ଜାତି ପାଇଁ ଯୋଗ’ । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତ କରିଥାଏ । ଦୁନିଆକୁ ଆମର ଏହି ପ୍ରାଚୀନ କଳା ଓ ଏହାର ସୁଫଳ ସମ୍ପର୍କରେ ଅବଗତ କରାଇବା ପାଇଁ ଆମ ଦେଶର ନେତୃତ୍ୱରେ ପୁରା ବିଶ୍ୱ ପାଳନ କରୁଛି ଯୋଗ ଦିବସ ।

ଆଜି ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ମଧ୍ୟ ପାଳନ କରାଯାଉଛି । ହେଲେ ଭାସମାନ ଅବସ୍ଥାରେ ଯୋଗାସନ କରି ଏକ ନିଆରା ଅଭ୍ୟାସର ପ୍ରଦର୍ଶନ କରିଛନ୍ତି ଓଡ୍ରାଫ ଯବାନ । ଭୁବନେଶ୍ବର ସପ୍ତମ ବାଟାଲିୟନରେ ଚାଲିଛି ଏଭଳି ନିଆରା ଯୋଗାସନ । ପ୍ରାକୃତିକ ଦୁର୍ବିପାକରେ ମଣିଷଙ୍କ ସୁରକ୍ଷା ପାଇଁ ନିୟୋଜିତ ଥିବା ଓଡ୍ରାଫ ଯବାନମାନେ ଏବେ ଭାସମାନ ଅବସ୍ଥାରେ ଯୋଗାସନ କରିଛନ୍ତି । ସେମାନେ ପାଣି ଭିତରେ ଜୟହିନ୍ଦର ଡାକରା ଦେଇଛନ୍ତି । ଅଶୋକ ବରାଳ ଏହି ଜଳ ଯୋଗର ପ୍ରଶିକ୍ଷଣ ଦେଇଛନ୍ତି ।

କର୍ଣ୍ଣାଟକ ମହୀଶୂରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯୋଗ ଏବେ ଅନ୍ତର୍ଜାତୀୟ ପର୍ବରେ ପରିଣତ ହୋଇଛି । ଯୋଗ ଜୀବନର ଅଂଶ ନୁହେଁ ଏହା ଜୀବନ ଶୈଳୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  କୋଭିଡ ସଂକ୍ରମଣ ଯୋଗୁ ଦୁଇ ବର୍ଷ ପରେ ଭାରତରେ ଧୁମଧାମରେ ଯୋଗ ଦିବସ ପାଳନ କରାଯାଉଛି । ମହୀଶୂରରେ ପାୟ ୧୫ ହଜାର ଲୋକ ଏକାଠୀ ଯୋଗ କରିଛନ୍ତି ।

ବିଶ୍ୱର କୋଣ ଅନୁକୋଣରେ ଆଜି ଯୋଗ ପହଞ୍ଚିଛି । ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି । ସମଗ୍ର ସମାଜ ପାଇଁ ଶାନ୍ତି ଆଣି ଦେଉଛି । ଯୋଗର ଆୟୋଜନ ଭାରତର ବିବିଧତାର ପ୍ରତୀକ । ପୂର୍ବରୁ ଘରେ ସୀମିତ ଥିଲା ଏବେ ବିଶ୍ୱରେ ପହଞ୍ଚିଛି । ନୀରୋଗ ଜୀବନ ପାଇଁ ବିଶ୍ୱାସ ଦେଉଛି ଯୋଗ । ଯୋଗକୁ ଅତିରିକ୍ତ କାମ ଭାବିବା ଅନୁଚିତ୍ । କୌଣସି ବ୍ୟକ୍ତି ନୁହେଁ ସମଗ୍ର ମାନବଜାତି ପାଇଁ ଜରୁରୀ । ଆମ ସମସ୍ତଙ୍କ ଭିତରେ ଏହା ସଚେତନତା ସୃଷ୍ଟି କରେ ।

ଭାରତ- ତିବତ୍ ସୀମାରେ ଆଇଟିବିପିର ବୀର ଯବାନମାନେ ଯୋଗ କରିଛନ୍ତି । ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କମ୍ ଅରୁଣାଚଳ ପ୍ରଦେଶ ସହ ଭାରତ-ଚୀନ ସୀମାର ଅନେକ ସ୍ଥାନରେ ପାହାଡ଼ ଉପରେ ଯୋଗ କରିଛନ୍ତି ଯବାନ । ଲଦାଖର ୧୭ ହଜାର ଫୁଟ ଉଚ୍ଚ ବରଫ ଉପରେ ଯୋଗ ଦିବସ ପାଳନ କରିଛନ୍ତି ଆଇଟିବିପି ଯବାନ । ସେହିପରି ଉତରାଖଣ୍ଡରେ ୧୬ ହଜାର ଫୁଟ ଉପରେ ଯୋଗ ପାଳନ କରିଛନ୍ତି ଯବାନ ।

ଇଣ୍ଡୋନେସିଆ ବାଲିରେ ନିଆରା ଢଙ୍ଗରେ ଯୋଗ ଦିବସ ପାଳନ କରାଯାଇଛି । ନାଚରେ ନାଚରେ ଯୋଗ ଦିବସ ପାଳିତ ହୋଇଛି । ଯୋଗ ଦିବସ ପାଳନ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଅନେକ କଳାକାର ସାମିଲ ହୋଇଥିଲେ । ନୃତ୍ୟ ମାଧ୍ୟମରେ ଯୋଗ କରିଥିଲେ କଳାକାର । ଯୋଗ ଦିବସକୁ ସ୍ୱତନ୍ତ୍ର କରିବା ପାଇଁ ଏପରି ନିଆରା ପ୍ରୟାସ କରାଯାଇଥିଲା

Leave A Reply

Your email address will not be published.