ଭୁବନେଶ୍ୱର: ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୟୁପି ଅଯୋଧ୍ୟାରୁ ଆସି ରାଜଧାନୀ ଭୁବନେଶ୍ବରରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ। ବିିମାନବନ୍ଦରରେ ପହଁଚିବା ପରେ ମୋଦୀଙ୍କୁ ସ୍ବାଗତ କରିଛନ୍ତି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିଜେପି ରାଷ୍ଚ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଆଜି ରାଜଭବନରେ ରାତ୍ରୀଯାପନ କରିବେ ମୋଦୀ। ବିମାନବନ୍ଦରରୁ ରାଜଭବନ ଯାଏ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସପିଜି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀକୁ ନୋ ଫ୍ୱାଇଂ ଜୋନ୍ ଗ୍ରହଣ କରାଯାଇଛି।
ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଶି ପଡ଼ିଆରେ ମୋଦୀ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ନବରଙ୍ଗପୁର ଚିକିଲି ପଡ଼ିଆରେ ଆଉ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ମୋଦୀ ।
Comments are closed.