Latest Odisha News

ଆଜିଠୁ ଓଜେଇଇ, ମୋଟ ୬୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ୬୫,୭୪୨ ଛାତ୍ରଛାତ୍ରୀ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ । ସିବିଟି ମୋଡ୍ ରେ ଅନୁଷ୍ଠିତ ହେବ ପରୀକ୍ଷା । ଏହା ଆସନ୍ତା ୧୦ ତାରିଖ ଯାଏଁ ଚାଲିବ । ପ୍ରତିଦିନ ୩ଟି ସିଫ୍ଟରେ ୨ ଘଣ୍ଟା ବ୍ୟବଧାନରେ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟ ୮ଟା ୩୦ ରୁ ୧୦ଟା ୩୦ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଦ୍ବିତୀୟ ସିଫ୍ଟ ୧୨ଟା ୩୦ ରୁ ୨ଟା ୩୦ ସେହିପରି ତୃତୀୟ ସିଫ୍ଟ ୪ଟା ୩୦ ରୁ ୬ଟା ୩୦ ଯାଏଁ ଅନୁଷ୍ଠିତ ହେବ ।

BjdElectrycity

ଏହି ପରୀକ୍ଷା ପାଇଁ ମୋଟ ୬୫ ହଜାର ୭୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ନେଇ ପଞ୍ଜିକରଣ କରିଥିବା ଓଜେଇଇ ପକ୍ଷରୁ ସୂଚନା ରହିଛି । ତେବେ ଓଡିଶାରେ ପରୀକ୍ଷା ପାଇଁ ୫୭ଟି କେନ୍ଦ୍ର ରହିଛି । ସେହିପରି ଓଡିଶା ବ୍ୟତୀତ ରାଞ୍ଚି, ପାଟନା ଓ କୋଲକତାରେ ୩ ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।

ସେହିପରି ଭୁବନେଶ୍ବରରେ ସର୍ବାଧିକ ୧୧ ଟି ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ, କଟକରେ ୬ଟି, ବାଲେଶ୍ବର ଓ ବ୍ରହ୍ମପୁରରେ ୪ଟି, ବାରିପଦା, ଭଦ୍ରକ, ବରଗଡ, ଜୟପୁର, ଢେଙ୍କାନାଳ ଓ ପୁରୀରେ ଦୁଇଟି ଲେକ୍ଷାଏଁ ପରୀକ୍ଷା କେନ୍ଦ୍ର ହୋଇଛି ।

୬ ତାରିଖ ଆଜି ପାଇଁ ଏଲଇ ଟେକ୍ (ଡିପ୍ଲୋମା) ପାଇଁ ପ୍ରବେଶିକା ପରୀକ୍ଷା ଥିବାବେଳେ ୭ ତାରିଖରେ ଏଲଇ ଟେକ୍ (ଡିପ୍ଲୋମା), ଇଣ୍ଟ୍ରିଗେଟେଡ୍ ଏମବିଏ, ଏଲଇଟେକ୍ ବିଏସସି ପରୀକ୍ଷା ରହିଛି । ସେହିପରି ୮ ତାରିଖରେ ଏମବିଏ ବି କ୍ୟାଟ୍ଏବଂ ଏଲଇ ଫାର୍ମା ପରୀକ୍ଷା ରହିଛି । ୯ରେ ବି ଫାର୍ମା ପରୀକ୍ଷା ଥିବାବେଳେ ୧୦ ତାରିଖରେ ଏମସିଏ, ବି.କ୍ୟାଟ୍, ଏମ୍.ଫାର୍ମା ଏବଂ ଏମ୍.ଟେକ୍ ପାଇଁ ପ୍ରବେଶିକା ପରୀକ୍ଷା ରହିଛି ।

Leave A Reply

Your email address will not be published.