ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦିବସକୁ ସଫଳ କରିବା ଏବଂ ଯୋଗକୁ ଅଧିକ ଲୋକପ୍ରିୟ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି; “ଆସନ୍ତାକାଲି, ୨୧ ଜୁନ୍ ଅନ୍ତର୍ଜାତୀୟ ଯୋଗ ଦିବସ । ‘ମାନବିକତା ପାଇଁ ଯୋଗ’ ବିଷୟବସ୍ତୁ ଦ୍ୱାରା ଅନୁପ୍ରାଣିତ ହୋଇ ଆସନ୍ତୁ ଏହି ଯୋଗ ଦିବସକୁ ସଫଳ କରିବା ଏବଂ ଯୋଗକୁ ଅଧିକ ଲୋକପ୍ରିୟ କରିବା ।”
ଆସନ୍ତା କାଲି, 21 ଜୁନ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳିତ ହେବ । 'ମାନବତା ପାଇଁ ଯୋଗ' ଦ୍ୱାରା ଅନୁପ୍ରାଣିତ ହୋଇ, ଆସନ୍ତୁ ଯୋଗ ଦିବସକୁ ସଫଳ କରିବା ଏବଂ ଯୋଗକୁ ଆହୁରି ଲୋକପ୍ରିୟ କରିବା । https://t.co/UESTuNPNbW
— Narendra Modi (@narendramodi) June 20, 2022
ଏଠାରେ ସୂଚନାଯୋଗ୍ୟ ଯୋଗ ଦିବସକୁ ବିଶ୍ବର ବିଭିନ୍ନ ଦେଶରେ ପାଳନ କରାଯାଉଛି । ଭାରତରେ ମଧ୍ୟ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀ ବିଭିନ୍ନ ସ୍ଥାନରେ ଯୋଗଦିବସରେ ଯୋଗଦେବେ । ପତଞ୍ଜଳି ପକ୍ଷରୁ ମଧ୍ୟ ସାରା ଦେଶର ବିଭିନ୍ନ ଜିଲ୍ଲାଠୁ ଆରମ୍ଭ କରି ପ୍ରତି ବ୍ଲକରେ ଯୋଗଦିବସ ପାଳନ କରାଯିବାକୁ ବାବା ରାମଦେବ ଘୋଷଣା କରିଛନ୍ତି ।
Comments are closed.