Latest Odisha News

BREAKING NEWS

ଗଣ୍ଡଗୋଳ ପରେ ସ୍କର୍ପିଓରେ ଦୁର୍ବୃତ୍ତ ଲଗେଇଲେ ନିଆଁ

ଭୁବନେଶ୍ବର:  ଡେଲଟା ଛକରେ ନିଆରେ ଫୁଟିଲା ସ୍କର୍ପିଓ । ଗାଡି ମାଲିକ ସହ ଗଣ୍ଡଗୋଳରୁ ଘଟିଲା ଏପରି  ଅଘଟଣ। ଗାଡିରେ ନିଆଁ ଲଗାଇଦେଲେ ଅମାନିଆ ଦୁର୍ବୁତ୍ତ।
ରାସ୍ତାରେ‌ ୨୦ ମିନିଟ ଜଳିଲା ସ୍କର୍ପିଓ‌କାର । ଶେଷରେ ଜଳିଜଳି ଫୁଟିଲା ଗାଡିର ପେଟ୍ରୋଲ ଟ୍ୟାଙ୍କ।

ଏଭଳି ଘଟଣା ଦେଖି ଡେଲଟା ଛକରେ‌ ଖେଳିଯାଇଥିଲା ଭୟର ବାତାବରଣ । ସୂଚନା ପାଇ ୨୦ମିନିଟ ପରେ ପହଚିଲା ଫାୟାର ଟିମ ପହଁଞ୍ଚି ନିଆଁକୁ  ଆୟତ କରିଛି  । ତେବେ ଗାଡିଟି ଜଳି ପୋଡ଼ି ପାଉଁଶ ହୋଇଥିବା ବେଳେ ଗାଡିରେ ନିଆଁ ଲଗାଉଥିବା ସମୟରେ ଜଣେ ଟ୍ରାଫିକ କନଷ୍ଟେବଳ ମୋବାଇଲରେ‌ ରେକର୍ଡ କରୁଥିବାବେଳ ଦୁର୍ବୁତମାନେ ମୋବାଇଲ ମଧ୍ୟ ଛଡାଇନେଇଯାଇଛନ୍ତି ।  ଗଣ୍ଡଗୋଳର କାରଣ ଜଣାପଡିନାହିଁ ।  ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.