Latest Odisha News

BREAKING NEWS

‘ଆଗାମୀ ୨୦ ବର୍ଷ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ’

ନୂଆଦିଲ୍ଲୀ: ‘ଆଗାମୀ ୨୦ ବର୍ଷ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଭାରତ ତୀବ୍ର ଗତିରେ ଆଗକୁ ବଢୁଛି । ଗତ ୧୦ ବର୍ଷରେ ୫ମ ବୃହତମ ଅର୍ଥନୀତିରେ ପରିଣତ ହୋଇଛି ଭାରତ । ଆଗକୁ ଏନର୍ଜି କ୍ଷେତ୍ରରେ ମଧ୍ୟ ଦେଶର ଅନେକ ସମ୍ଭାବନା ରହିଛି ।’ ପ୍ରଧାନମନ୍ତ୍ରୀ ମୋଦି ଏବେ ଫ୍ରାନ୍ସ ଗସ୍ତରେ ଥିବା ବେଳେ ଆଜି ଇଣ୍ଡିଆ ଏନର୍ଜି ଓ୍ବିକ୍ ରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ କିଛି ଏପରି କହିଛନ୍ତି।

ମୋଦି କହିଛନ୍ତି, ଭାରତ କେବଳ ନିଜର ଅଭିବୃଦ୍ଧିକୁ ନୁହେଁ ବରଂ ବିଶ୍ବର ଅଭିବୃଦ୍ଧିକୁ ମଧ୍ୟ ଆଗେଇ ନେଉଛି । ଏଥିରେ ଆମ ଦେଶର ଶକ୍ତି କ୍ଷେତ୍ରର ବଡ ଭୂମିକା ରହିଛି । ଭାରତର ଶକ୍ତି ମହତ୍ବାକାଂକ୍ଷା ୫ଟି ସ୍ତମ୍ଭ ଉପରେ ଛିଡା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ଏହାକୁ ନେଇ ସେ ୫ଟି ସ୍ତମ୍ଭର ଉଦାହରଣ ଦେଇ ସେ କହିଛନ୍ତି, ପ୍ରଥମତଃ ଆମ ପାଖରେ ସମ୍ବଳ ରହିଛି, ଯାହାକୁ ଆମେ ବ୍ୟବହାର କରୁଛୁ । ଦ୍ବିତୀୟତଃ ଆମେ ଆମର ଜ୍ଞାବ କୌଶଳକୁ ମଧ୍ୟ ଆହୁରି ଇନୋଭେଟ୍ କରିବା ପାଇଁ ପ୍ରୋତ୍ସାହିତ କରୁଛୁ । ତୃତୀୟତଃ ଆମର ଆର୍ଥିକ ଏବଂ ରାଜନୈତିକ ସ୍ଥିରତା ରହିଛି । ଚତୁର୍ଥତଃ, ଭାରତ ପାଖରେ ଏକ ରଣନୈତିକ ଭୈଗୋଳିକ ସ୍ଥିତି ଅଛି, ଯାହା ବାଣିଜ୍ୟକୁ ଆହୁରି ଅଧିକ ଆକର୍ଷଣୀୟ ଏବଂ ସହଜ କରିଦେଇଛି ।  ଶେଷରେ ଭାରତ ବିଶ୍ବସ୍ତରୀୟ ସ୍ଥିରତା ପ୍ରତି ପ୍ରତିବଦ୍ଧ, ଯାହା ଭାରତର ଶକ୍ତି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରୁଛି ।

ଏହାବ୍ୟତୀତ ସେ ଏହା ବି କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଭାରତ ୫ମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ସୌର ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତର କ୍ଷମତାକୁ ଦ୍ବିଗୁଣିତ କରାଯାଇଛି । ଆଜି ସୌର ଉତ୍ପାଦନ କରିବାରେ ଭାରତ ତୃତୀୟ ବୃହତ୍ତମ ରାଷ୍ଟ୍ର ବନିପାରିଛି । ଆମର ଅଣଜୀବାଶ୍ମ ଇନ୍ଧନ ଶକ୍ତି ମଧ୍ୟ ତିନି ଗୁଣ ବୃଦ୍ଧି ପାଇଛି । ପ୍ୟାରିସ୍ ଜି-୨୦ ଚୁକ୍ତିର ଲକ୍ଷ୍ୟ ପୂରଣ କରିବାରେ ଭାରତ ପ୍ରଥମ ଦେଶ । ଆଊ ଆମକୁ ହାଇଡ୍ରୋଜେନ୍ ଇନ୍ଧନକୁ ମଧ୍ୟ ବୃଦ୍ଧି କରିବାକୁ ପଢଡିବ ବୋଲି କହି ଦେଶବାସୀଙ୍କୁ ସମ୍ବାଧିତ କରିଛନ୍ତି ମୋଦି ।

Comments are closed.