ମୁମ୍ବାଇ: ଅଭିନେତା ତଥା ବିଗ୍ ବସ୍ ୯ ବିଜେତା ପ୍ରିନ୍ସ ନରୁଲା ତାଙ୍କ ପତ୍ନୀ ଅଭିନେତ୍ରୀ ୟୁଭିକା ଚୌଧୁରୀଙ୍କୁ ସେମାନଙ୍କର ଦ୍ୱିତୀୟ ବିବାହ ବାର୍ଷିକୀରେ ପ୍ରେମଭରା ଚିଠି ଏବଂ ଚିତ୍ର ଶୁଭେଚ୍ଛା ଜଣାଇଛନ୍ତି ।
ସେ କହିଛନ୍ତି ଯେ ସେ ତାଙ୍କ ସହିତ ସାରା ଜୀବନ ଏହିପରି ବିତାଇବାକୁ ଚାହାଁନ୍ତି ।
ପତ୍ନୀ ୟୁଭିକା ମଧ୍ୟ ସେମାନଙ୍କ ବିବାହର ଏକ ଭିଡିଓ ସେୟାର କରି ଲେଖିଛନ୍ତି,”Happy 2nd anniversary beba @princenarula. Every love story is special, unique and beautiful—but ours is my favourite. When a love is true, there is no ending. I hope we get to celebrate for many years to come. Happy anniversary!”
ପ୍ରିନ୍ସ ଏବଂ ୟୁଭିକା ରିୟଲିଟି ସୋ ବିଗ୍ ବସ୍ ୯ ରେ ଭେଟିଥିଲେ, ଯେଉଁଠାରେ ସେମାନେ ପ୍ରେମରେ ପଡିଥିଲେ । ସେମାନେ ଅକ୍ଟୋବର ୧୨, ୨୦୧୮ ରେ ମୁମ୍ବାଇରେ ଏକ ବିଶାଳ ସମାରୋହରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
Comments are closed.