Latest Odisha News

ଜେଲରେ ୱାର୍ଡରଙ୍କୁ ପିଟିଲେ କଏଦୀ

ଭୁବନେଶ୍ୱର: ପୁଣି ଝାରପଡ଼ା ଜେଲ୍ ଭିତରେ ମାରପିଟ୍‌ ହେବା ଘଟଣା ସାମ୍ନାକୁ ଆସିଛି । ଜେଲ ୱାର୍ଡରଙ୍କୁ କେତେଜଣ କଏଦୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ମାରପିଟ୍‌ ପରେ ଜେଲରେ ଏମର୍ଜେନ୍ସି ସାଇରନ୍‌ ବାଜି ଉଠିଥିଲା । ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଜେଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଝାରପଡ଼ା ଜେଲରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି ।

ତେବେ କାହିଁକି ଜେଲ୍ ୱାର୍ଡରଙ୍କୁ ଆକ୍ରମଣ କରାଗଲା ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Leave A Reply

Your email address will not be published.