Latest Odisha News

BREAKING NEWS

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁଲେ ବିଚାରଧୀନ କଏଦୀ

ଝାରସୁଗୁଡ଼ା: ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ବିଚାରାଧୀନ କଏଦୀ । ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ଆଜି କଏଦୀ ଜଣକ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା ଅଧୀନ ଜୁନା ଗାଁର ସନାତନ ସିଂ ।

ସୂଚନା ମୁତାବକ, ୨୦୨୩ ମସିହାରେ ପୋକ୍ସୋ ମାମଲାରେ ସନାତନ ସିଂ ଗିରଫ ହୋଇ ଜେଲ୍‌ରେ ଥିଲେ । ଆଜି ତାଙ୍କର ଶୁଣାଣି ଥିବାବେଳେ, ସେଥିପାଇଁ ତାଙ୍କୁ ଭ୍ୟାନ୍‌ରେ କୋର୍ଟକୁ ନିଆଯାଇଥିଲା । ଭ୍ୟାନ୍‌ ରୁ ଓହ୍ଲାଇ ସେ ଚାଲି ଚାଲି କୋର୍ଟ ରୁମ୍‌କୁ ଯାଉଥିବା ବେଳେ ଦ୍ୱିତୀୟ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ ।

ଏଥିରେ ସନାତନ ସିଂ ଗୁରୁତର ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ତେବେ ଏଠାରେ ପ୍ରଶ୍ନ ସୃଷ୍ଟି ହେଉଛି ଯେ, କୋର୍ଟ ପରିସରରେ ଏତେ ମାତ୍ରାରେ ପୋଲିସ ମୁତୟନ ହୋଇଥିବାବେଳେ, ସେହି ସୁରକ୍ଷା ବଳୟକୁ ଭେଦି କିପରି କଏଦୀ ଜଣକ ଏପରି ପଦକ୍ଷେପ ନେଇପାରିଲେ ।

Leave A Reply

Your email address will not be published.