Latest Odisha News

BREAKING NEWS

ପାକିସ୍ତାନରେ ବନ୍ୟା; ବର୍ତ୍ତମାନ ସୁଦ୍ଧା ୪୯ ଜଣଙ୍କର ମୃତ୍ୟୁ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଇସଲାମବାଦ: ପାକିସ୍ତାନରେ ତିନି ଦିନ ଧରି ଲଗାତାର ପ୍ରବଳ ବର୍ଷା ଓ ବଜ୍ରପାତ ଜାରି ରହିଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ପ୍ରବଳ ବର୍ଷା ହେତୁ ଦେଶର ଦକ୍ଷିଣ-ପଶ୍ଚିମ ଦିଗରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି ।

ବିଲରେ ଗହମ ଅମଳ କରୁଥିବା ସମୟରେ ବଜ୍ରପାତରେ କିଛି କୃଷକଙ୍କ ମୃତ୍ୟୁ ଘଟିଥିବାବେଳେ, ବର୍ଷା ହେତୁ ଉତ୍ତର-ପଶ୍ଚିମ ଏବଂ ପୂର୍ବ ପଞ୍ଜାବ ପ୍ରଦେଶରେ ଅନେକ ଘର ଭୁଶୁଡି ପଡିଛି । ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏହି ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିଛନ୍ତି ଏବଂ ଲୋକଙ୍କୁ ରିଲିଫ ସହାୟତା ପ୍ରଦାନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଫଗାନିସ୍ତାନ ସୀମାବର୍ତ୍ତୀ ଉତ୍ତର-ପଶ୍ଚିମ ଖୈବର ପଖତୁନଖ୍ବା ପ୍ରଦେଶର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖପାତ୍ର ଖୁର୍ସିଦ ଅନୱର କହିଛନ୍ତି ଯେ, ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଇସଲାମାବାଦରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ଏବଂ ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଉତ୍ତର-ପଶ୍ଚିମ ସହର ପେଶୱାର ଏବଂ ବାଲୁଚିସ୍ତାନର ରାଜଧାନୀ କ୍ୱେଟାରେ ରାସ୍ତା ଜଳମଗ୍ନ ହୋଇଯାଇଛି ।

Leave A Reply

Your email address will not be published.