ସୁନ୍ଦରଗଡ଼: ଜେଲ ଅଧିକ୍ଷକଙ୍କ ବିରୁଦ୍ଧରେ ଜେଲ ଅନ୍ତେବାସୀଙ୍କ ଆନ୍ଦୋଳନ। ଖାଦ୍ୟ ସମସ୍ୟା ଓ ପରିବାରଙ୍କୁ ଭେଟିବାକୁ ନ ଦେବାକୁ ନେଇ ଅସନ୍ତୋଷ ।
ଅଧିକ୍ଷକଙ୍କ ମନମୁଖୀ କାରବାର ସହ ଠିକ ଭାବରେ ଖାଇବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି। ନୂତନ ଜେଲରଙ୍କ ବଦଳି ଦାବି କରି ଆମରଣ ଅନଶନରେ ବସିଛନ୍ତି କଏଦୀ। ତେବେ ସୁନ୍ଦରଗଡ ଜିଲ୍ଲା କାରାଗାରରେ ଥିବା ବିଚାରଧିନ ଓ ଦଣ୍ଡ ପାଇ ରହିଥିବା ୫୪୬ଜଣ କଏଦୀ ଗତ ୨୩ ତାରିଖ ସନ୍ଧ୍ୟାରୁ ଖାଇବା ବନ୍ଦ କରି ଅନଶନରେ ବସିଥିବା ସୂଚନା ମିଳିଛି।
ସୂଚନାଥାଉକି, ଜିଲ୍ଲା କାରାଗାର କର୍ମଚାରୀ କଏଦୀମାନଙ୍କୁ ଅନଶନରୁ ନିବୃତ ରହି ଖାଇବାକୁ ବାଧ୍ୟ କରୁଥିବା ବେଳେ କଏଦୀ ଓ ଜେଲ କର୍ମଚାରୀଙ୍କ ମଧ୍ୟରେ ଠେଲା ପେଲା ହୋଇଥିଲା। ପରିସ୍ଥିତି ଅଣାୟତ ହେବାରୁ ସ୍ବତନ୍ତ୍ର ପୁଲିସ ଫୋର୍ସ ଜେଲକୁ ଡକାଯାଇଥିଲା।