Latest Odisha News

BREAKING NEWS

ମନ୍ଦିର ଖୋଲିବାକୁ ଦାବି, ଆଜିଠୁ ସେବାୟତଙ୍କ ଘଣ୍ଟ ପ୍ରତିବାଦ ଆରମ୍ଭ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ରାଜ୍ୟର ସବୁ ମନ୍ଦିର ବନ୍ଦ ରହିଛି । ତେବେ ମନ୍ଦିର ଖୋଲିବା ପାଇଁ ଦାବି କରୁଛନ୍ତି ସେବାୟତ । ଏଥିପାଇ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଆଜିଠାରୁ ପ୍ରତିଦିନ ୯ ମିନିଟ୍ ଘଂଟ ବାଡେଇ ପ୍ରତିବାଦ ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖ ଯାଏଁ ଏଭଳି ପ୍ରତିବାଦ ଜାରି ରହିବ ବୋଲି ସଂଘ କହିଛି । ଯଦି ଦାବି ପୂରଣ ନହୁଏ ତେବେ ବିଧାନସଭା ଘେରାଉ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

ସେପଟେ ରାଜ୍ୟର ବିଭିନ୍ନ ମନ୍ଦିର ଆଗେର ସେବାୟତମାନେ ଆଜି ଘଂଟ ବାଡେଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ମଠ ମନ୍ଦିର ଖୋଲିବା ଏବଂ ସେବାୟତମାନଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରି ପୂର୍ବରୁ ଏହି ପରି  ପ୍ରତିବାଦ କରାଯାଇଥିଲା। ହେଲେ ସରକାର ସେବାୟତଙ୍କ ଦାବିକୁ ଅଣଦେଖା କରିବା ସହ  କୈାଣସି ପଦକ୍ଷେପ ନେଉନଥିବାରୁ ଆଜି ଠାରୁ ପୁଣି ଏହିପରି ଭାବେ ଅଭିନବ ପ୍ରତିବାଦ କରିଛନ୍ତି ସେବାୟତ।

Comments are closed.