Latest Odisha News

ସ୍କୁଲ ଫି ଛାଡ଼କୁ ବିରୋଧ କଲେ ଘରୋଇ ବିଦ୍ୟାଳୟ

କଟକ: କୋଭିଡ଼ ୧୯ ମହାମାରୀ ସତ୍ତ୍ୱେ ଟ୍ୟୁସନ ତଥା ଅନ୍ୟ ସ୍କୁଲ ଫି ଛାଡ଼କୁ ବିରୋଧ କରିଛନ୍ତି ଓଡ଼ିଶାର ବେସରକାରୀ ବିଦ୍ୟାଳୟ ।

ଓଡ଼ିଶା ଅଭିଭାବକ ସଂଘ ଦ୍ୱାରା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦିଆଯାଇଥିବା ଜନ ସ୍ୱାର୍ଥ ମାମଲାରେ, ଉଚ୍ଚ ନ୍ୟାୟାଳୟ ବେସରକାରୀ ବିଦ୍ୟାଳୟ ମାନଙ୍କ ଠାରୁ ଉତ୍ତର ମାଗିଥିବା ବେଳେ, ଆଗାମୀ ଶୁଣାଣି ମଇ ୨୬ ତାରିଖରେ ଥିବା ସୂଚନା ମିଳିଅଛି ।

ଅଧିକ ପଢନ୍ତୁ – ଲକଡ଼ାଉନରେ ହେବ ଅନଲାଇନ ପ୍ଲେସମେଣ୍ଟ: ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ

ଓଡ଼ିଶା ବେସରକାରୀ ବିଦ୍ୟାଳୟ ମହାସଂଘ ପିଟିସନ୍ ମାଧ୍ୟମରେ ଏହା ସ୍ପଷ୍ଟ କରିଛି କି ଅଧିକାଂଶ ବିଦ୍ୟାଳୟ (ପ୍ରାୟ ୨୦୦୦) ଗୁଡ଼ିକ ରାଷ୍ଟ୍ରାୟତ ବ୍ୟାଙ୍କ ତଥା ଅନ୍ୟ ସ୍ରୋତ ରୁ ଆର୍ଥିକ ଋଣ ଉଠାଇ ବିଦ୍ୟାଳୟ ଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବାକୁ ବାଧ୍ୟ ହେଉଛନ୍ତି ।

ବିଦ୍ୟାଳୟ ଗୁଡ଼ିକର ଶୈକ୍ଷିକ ତଥା ଅନ୍ୟ କର୍ମଚାରୀ ଙ୍କ ଦରମା, ବିଦ୍ୟୁତ ବିଲ୍‌,ଅନ୍ୟ ବିଲ୍ ଭଳି ମାସିକ ବ୍ୟୟ ପୈଠ ହେତୁ ବିଦ୍ୟାଳୟ ଗୁଡ଼ିକ ସଂପୁର୍ଣ୍ଣ ଭାବେ ପିଲା ଙ୍କ ଦ୍ୱାରା ପୈଠ କରାଯାଉଥିବା ଶୁଳ୍କ ଉପରେ ନିର୍ଭର କରୁଥିବା ପିଟିସନ୍ ରେ ଉଲ୍ଲେଖ କରାଯାଇଅଛି ।

Comments are closed.