Latest Odisha News

BREAKING NEWS

କରୋନା ସହ ଲଢ଼ିବାକୁ ବିକଶିତ ହେଉଛି ୧୦୦ରୁ ଅଧିକ ଟୀକା: ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼ିବା ପାଇଁ ଚାଲିଛି ଯୁଦ୍ଧ । ଏଥିପାଇଁ ବୈଜ୍ଞାନିକମାନେ ଦିନ ରାତି ଲାଗି ପଡିଛନ୍ତି ଟୀକା ତିଆରି ପାଇଁ । ବର୍ତ୍ତମାନ କରୋନା ସହ ଲଢ଼ିବାକୁ ବିକଶିତ ହେଉଛି ଶହେରୁ ଅଧିକ ଟୀକା। ଏହି ଟୀକା ବିକଶିତ ହେଲେ ସମଗ୍ର ଦେଶକୁ ବଂଟାଯିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ତେବେ ଏହି କରୋନା ମହାମାରୀ କିନ୍ତୁ ଦେଶୁର ଯିବ ନାହିଁ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଟନ ସତର୍କ କରାଇଛି ।  ଡବ୍ଲୁଏଚଓ କହିଛି ଯେ, କରୋନା ଭୂତାଣୁ ଆମକୁ କେବେବି ଛାଡିକି ଯାଇନପାରେ । ବରଂ ବର୍ଷ ବର୍ଷ ଧରି ଏହା ସାରା ବିଶ୍ୱରେ ବଂଚି ରହିପାରେ। ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ନିର୍ଦ୍ଦେଶକ ଡକ୍ଟର ମାଇକେଲ ଜେ. ରିୟାନ କହିଛନ୍ତି ଯେ, କୋରନା ଭୂତାଣୁ ଭବିଷ୍ୟତରେ କେବେ ଯିବ ତାହା ଆକଳନ କରିବା ଅସମ୍ଭବ । ଏହାର ଅନ୍ତ ହେବା ସମ୍ଭାବନା ବହୁତ କମ୍ । ତେବେ ଯଦି ଭୂତାଣୁ ସହ ଲଢିବାକୁ କୌଣସି ଟିକା ପ୍ରସ୍ତୁତ କରାଯାଏ ତେବେ ଏହାକୁ ବିଶ୍ୱବାସୀଙ୍କ ମଧ୍ୟରେ ବାଂଟି କରୋନାର ମୁକାବିଲା କରିପାରିବା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଏଚଆଇଭି ଭୂତାଣୁ ଆଜି ଯାଏଁ ଆମ ସହ ରହିଛି । ଏହି ଭୂତାଣୁ ସହ ଲଢେଇ କରି ବିଶ୍ୱ ବଂଚିବା ଶିଖିଛି । ଠିକ୍ ସେହିଭଳି କରୋନା ଭୂତାଣୁ ମଧ୍ୟ କେବେ ଯିବ ତାହା କହିବା ମୁସ୍କିଲ । ତେବେ କୋରନା ସହ ମୁକାବିଲା ପାଇଁ ଲକଡାଉନ୍ ଜାରି କରିବା ସବୁଠାରୁ ଉତ୍କୃଷ୍ଟ ଉଦ୍ୟମ ଏବଂ ଏହା ସାରା ବିଶ୍ୱରେ ସଫଳ ମଧ୍ୟ ହୋଇଛି । ଲକଡାଉନ୍ ଯୋଗୁଁ ଭୂତାଣୁ ସଂକ୍ରମଣ ବ୍ୟାପିପାରିବ ନାହିଁ ଏବଂ ଭୂତାଣୁର ସଂକ୍ରମଣକୁ ଆମେ ରୋକିପାରିବା ବୋଲି ଡକ୍ଟର ରିୟାନ କହିଛନ୍ତି ।

Leave A Reply

Your email address will not be published.