କୋରାପୁଟ : ଶିକ୍ଷକଙ୍କ ରଡ ମାଡରେ ୫ଜଣ ଛାତ୍ର ଗୁରୁତର । ଛାତ୍ରମାନେ ପାଠ ନବୁଝି ପାରିବାରୁ ନିର୍ଧୁମ ମାଡ ମାରିଲେ କୋଚିଂ ସେଣ୍ଟର ସାର୍ ।ଏଭଳି ଏକ ଗୁରୁତର ଅଭିଯୋଗ ଆସିଛି କୋରାପୁଟ ସଦର ଥାନା ଛାପର ନିକଟ ଏକ କୋଚିଂ ସେଣ୍ଟରରେ। ଦୀର୍ଘ ଦିନ ଧରି ଛାତ୍ର ଙ୍କୁ ଶିକ୍ଷକ ଜଣକ ୟୁଟୁବ୍ ଶିଖି ପାଠ ପଢ଼ାଉଥିଲେ । ହେଲେ ଛାତ୍ରମାନେ ପାଠ ବୁଝି ପାରୁନାହାନ୍ତି କହି ସାରଙ୍କ ନିକଟରେ ଅଭିଯୋଗ କରୁଥିଲେ।
ହେଲେ ପିଲାଙ୍କ ଅଭିଯୋଗ ହେଲା କାଳା।ଛାତ୍ର ମାନଙ୍କୁ ନିଜ ଗାଡିରେ ବସାଇ ନେଇ ଏକ ରଡରେ ନିର୍ଧୁମ ମାଡ ମାରିଛନ୍ତି ସାର । ପରେ ଏନେଇ ଅନୁଷ୍ଠାନ ତରଫରୁ ସଦର ଥାନାରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଶିକ୍ଷକ ଜଣକ ଫେରାର ହୋଇଯାଇଥିବା ବେଳେ।
ଗୁରୁତର ଛାତ୍ରମାନେ ଚିକିତ୍ସିତ ହୋଇ ସମ୍ପୃକ୍ତ ଅନୁଷ୍ଠାନର ହଷ୍ଟେଲରେ ରହିଛନ୍ତି । ଏ ସମ୍ପର୍କରେ କୋଚିଂ ସେଣ୍ଟରରୁ କୌଣସି ପ୍ରତିକ୍ରିୟା ମଳିପାରିନାହିଁ। କୋରାପୁଟ ଏସଡିପିଓ ଗୁଣନିଧି ମଳିକ ଘଟଣାକୁ ସ୍ୱିକାର କରିବା ସହ ମାମଲରା ତଦନ୍ତ ଚାଲିଥିବା କହିଛନ୍ତି।
Comments are closed.